ମୁମ୍ବାଇ,୩୧/୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ।  ଆସୁଛି ନୂଆ ବର୍ଷ ୨୦୨୫ । ଯାହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସମସ୍ତେ। ଏହାରି ମଧ୍ୟରେ ସାଉଥ ସୁପରଷ୍ଟାର ରାମ ଚରଣଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ରିଲିଜ ହେବାକୁ ଯାଉଛି ଅଭିନେତାଙ୍କ ଅଭିନୀତ ଫିଲ୍ମ 'ଗେମ ଚେଞ୍ଜର' । ଜାନୁଆରୀ ୧୦ରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିବାକୁ ଯାଉଛନ୍ତି । ତେବେ ଏନେଇ ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। 

ତେବେ ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ଟ୍ରେଲର ନୂଆ ବର୍ଷରେ ଅର୍ଥାତ୍ ଜାନୁଆରୀ ୧ ରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଥିବା ରାମ ଚରଣଙ୍କ ସହ କିଆରା ଆଡଭାନୀ । ନିକଟରେ ଏକ ଇଭେଣ୍ଟରେ ଫିଲ୍ମର ନିର୍ମାତା ଦିଲ୍ ରାଜୁ ଫିଲ୍ମ ବିଷୟରେ ରୋମାଞ୍ଚକର ଅପଡେଟ୍ ସେୟାର କରି 'ଗେମ୍ ଚେଞ୍ଜର'ର ଟ୍ରେଲର ନୂଆ ବର୍ଷର ଉପହାର ଭାବରେ ମୁକ୍ତିଲାଭ କରିବ ବୋଲି କହିଥିଲେ। ସେ କହିଥିଲେ ଯେ,  'ଟ୍ରେଲର ପ୍ରସ୍ତୁତ, କିନ୍ତୁ ଏହାକୁ ଆପଣଙ୍କ ସାମ୍ନାରେ ଛାଡିବା ପୂର୍ବରୁ ଆଉ କିଛି କାମ କରିବାକୁ ପଡିବ। ଟ୍ରେଲର ଏକ ଫିଲ୍ମର ପରିସର ସ୍ଥିର କରେ । ଆମେ ଆପଣଙ୍କୁ ସେହି ଅଭିଜ୍ଞତା ଦେବାକୁ ପ୍ରସ୍ତୁତ । ନୂଆ ବର୍ଷ ଅବସରରେ ଜାନୁଆରୀ ୧ ରେ ଟ୍ରେଲର ରିଲିଜ ହେବ। ଗେମ୍ ଚେଞ୍ଜର ନିର୍ମାତା ମଧ୍ୟ ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ସେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି। ସେପଟେ ଆନ୍ଧ୍ରପ୍ରଦେଶରେ ସ୍ଥାପିତ ରାମ ଚରଣରୁ ବିଗ୍ କଟ୍ ଆଉଟ୍ । ଟ୍ରେଲର ରିଲିଜ୍ ପୂର୍ବରୁ ରାମ ଚରଣଙ୍କ 2୫୬ ଫୁଟ କଟଆଉଟ୍ ସ୍ଥାପିତ ହୋଇଛି । ଯାହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।