ଫିରିଙ୍ଗିଆ, ୩୦।୧୧ : ରତଙ୍ଗ ପଂଚାୟତର କୁଟି ବାରୀ, ଜୟଲମ୍ବା ଓ ଡାଙ୍ଗିଡ଼ିକିଆ ଗାଁ ନିକଟରେ ଥିବା ପାହାଡିଆ ଜଙ୍ଗଲ ଜମି ମାନଙ୍କରେ ଫିରିଙ୍ଗିଆ ପୋଲିସ ଓ ବନବିଭାଗ ମିଳିତ ଭାବେ ଚଢ଼ାଉ କରି ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟିଦେବା ସହ ଜାଳି ପୋଡି ନଷ୍ଟ କରିଛନ୍ତି I ତେବେ ନଷ୍ଟ କରିଦିଆଯାଇଥିବା ଗଞ୍ଜେଇ ଗଛ ର ଅନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି I
ଶନିବାର ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଏବଂ ଏସଆଇ ପ୍ରମୋଦ କୁମାର ବେହେରା ଙ୍କ ନେତୃତ୍ୱ ରେ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିବା ବେଳେ ପୋଲିସ ସହ କନ୍ଧମାଳ ଜିଲ୍ଲା ସୁଦୃକୁମ୍ପା ରେଞ୍ଜ ର ରେଞ୍ଜର ମାନସ ରଂଜନ ସାହୁ ଙ୍କ ସହ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ I ସୁରକ୍ଷା ଦୃଷ୍ଟି କୁ ଆଖିଆଗରେ ରଖି ଦୁଇପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିଲା I ସେପଟେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I
ଅନୁରୂପ ଭାବରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବରେ ଥାନା ଅଧୀନରେ ଥିବା ତେତେଲପଡା ଗାଁ ନିକଟବର୍ତି ଅଂଚଳରେ ଚଢ଼ାଉ କାରି ପ୍ରାୟ 121 ଏକର ସରକାରୀ ଜମିରେ ଗଞ୍ଜେଇ ଗଛ ଗୁଡିକ ନଷ୍ଟ କରିଛନ୍ତି। ନଷ୍ଟ କରିଦେଇ ଥିବା ବେଳେ ଜହର ଆନୁମାନିକ ମୂଲ୍ୟ ଏକ କୋଟି ଏକୋଇଶ ଲକ୍ଷ ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି I ଅନ୍ୟପଟେ ଏହି ଘଟଣାରେ ମଧ୍ୟ୍ୟ ଗୋଛାପଡା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I