କଣ୍ଟାମାଳ,୧୨।୬ :  କଣ୍ଟାମାଳ ବ୍ଲକ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଆ ନେଉନାହିଁ   l  ଗଞ୍ଜେଇ ମାଫିଆଙ୍କ ପାଇଁ ଏହି ଉପଖଣ୍ଡ ଲେଉଟିଆ ଶାଗ କିଆରି ପାଲଟିଛି l ଗଞ୍ଜେଇ ମୁକ୍ତ ଓଡ଼ିଶା ପାଇଁ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କଡା ନିର୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ଥାନାର ପୁଲିସମାନେ ଦେଖାଇଛନ୍ତି ତତ୍ପରତା । ପ୍ରତ୍ୟେକ ଦିନ ଜିଲ୍ଲାରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଗଞ୍ଜେଇ ଧରାପଡ଼ିବା ସତ୍ତ୍ୱେ ଏ ଲାଭ ଜନକ ଗ୍ରୀନହୀରା ବେପାରକୁ ଆପଣେଇ ନେଇଛନ୍ତି ମାଫିଆ ।   ଗ

ଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନା ପୁଲିସ   ବରଗାଁ ପଞ୍ଚାୟତ ଘୁଚାଙ୍ଗି ଗ୍ରାମର ବରୁଣ ରଣା ଙ୍କ କୁକୁଡ଼ା ଫାର୍ମରେ  ଚଢ଼ାଉ କରିଥିଲା l  ଚଢ଼ାଉ ସମୟରେ ଖାନତଲାସୀ କରିବାରୁ ଫାର୍ମ ଭିତରୁ ବହୁ ପରିମାଣର ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ନଗଦ ୧୬ହଜାର ୪ଶହ ଟଙ୍କା, ଗୋଟିଏ ମୋବାଇଲ ଜବତ କରିଥିଲା। ଏହି ସମୟରେ  ଅଭିଯୁକ୍ତ ଚମ୍ପଟ ମାରିଥିଲା  । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ଏହାର ପରିମାଣ ୭୦କେଜି ହୋଇଥିଲା l   ଏନେଇ କଣ୍ଟାମାଳ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଥିବା ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।