ଫିରିଙ୍ଗିଆ,୩୧।୩ : ଫିରିଙ୍ଗିଆ ଥାନା ଅଧୀନରେ ଥିବା ସାଡୀଙ୍ଗିଆ ଗ୍ରାମ୍ୟ ଜଙ୍ଗଲରେ ଫିରିଙ୍ଗିଆ ପୁଲିସ ଚଢାଉ କରି ୨୧୧୬ କିଲୋ ଗଞ୍ଜେଇ ଜବତ କରିଛି। ଜଙ୍ଗଲରେ ଚାଲାଣ ପାଇଁ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ ରଖାଯାଇଥିବା ପୋଲିସ କୁ କୌଣସି ସୂତ୍ର ରୁ ଖବର ମିଳିଥିଲା । ଖବର ପାଇବା ମାତ୍ରେ ଥାନା ଅଧିକାରୀ ମୁରଲୀଧର ସାହୁ ଙ୍କ ନିର୍ଦେଶ କ୍ରମେ ଏସଆଇ ଦୀପକ କୁମାର ରାଉତ, ଏସଆଇ ଦିବ୍ୟଜ୍ୟୋତି ସାମଲ ଓ ଏସ ଆଇ ଅଜୟ କୁମାର ସାହୁଙ୍କ ସହ ଏକ ଟିମ ଉକ୍ତ ଜଙ୍ଗଲ ରେ ଚଢ଼ାଉ କରିଥିଲେ।  ଚଢ଼ାଉ ବେଳେ ପୋଲିସ କୁ ୨୧୧୬ କିଲୋ ଗଞ୍ଜେଇ ମିଳିଥିଲା।