ନୂଆଦିଲ୍ଲୀ,୧୯।୧୧: ବର୍ତ୍ତମାନ ଦିଲ୍ଲୀ ସମେତ ଉତ୍ତର ଭାରତ ପ୍ରଦୂଷଣରେ ପ୍ରଭାବିତ ହୋଇଛି। ଦିଲ୍ଲୀ-ଏନ୍ସିଆରରେ ସ୍ଥିତି ଖୁବ୍ ଗୁରୁତର। ଏଭଳି ସ୍ଥିତିରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କୃତ୍ରିମ ବର୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଗୋପାଳ ରାୟ କୃତ୍ରିମ ବର୍ଷା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖିଛନ୍ତି। ରାୟ ଚିଠିରେ କହିଛନ୍ତି, ଦିଲ୍ଲୀରେ ପ୍ରଦୂଷଣ ଖୁବ୍ ଗମ୍ଭୀର ଶ୍ରେଣୀରେ ରହିଛି ଓ ଏହାର ମୁକାବିଲ ପାଇଁ କୃତ୍ରିମ ବର୍ଷା କରିବା ଦରକାର।

ଦିଲ୍ଲୀ ପ୍ରଦୂଷଣ ଉପରେ ଗୋପାଳ ରାୟ କହିଛନ୍ତି, ଉତ୍ତର ଭାରତ ବର୍ତ୍ତମାନ କୁହୁଡିର ଆସ୍ତରଣରେ ଘେରି ରହିଛି। ଆର୍ଟିଫିସିଆଲ ବର୍ଷା ହିଁ ଏହି କୁହୁଡିକୁ ମୁକ୍ତ କରିବାର ଏକମାତ୍ର ସମାଧାନ। ଏବେ ଏା ଏକ ମେଡିକାଲ ଏମର୍ଜେନ୍ସି। ଏହି କୁହୁଡି ଦ୍ବାରା ପୁରା ଉତ୍ତର ଭାରତ ହୋଇପଡିଛି ଅଣନିଶ୍ବାସୀ।
ସେ କୃତ୍ରିମ ବର୍ଷା କରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ କରିବାର ଦାବି କରିଥିଲେ। ଏହା ସହ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଉପରେ ଟାର୍ଗେଟ କରିଛନ୍ତି। ତାଙ୍କର କହିବା ଅନୁସାରେ, ଦିଲ୍ଲୀରେ ପ୍ରଦୂଷଣକୁ ନେଇ ରାଜନୀତି କରାଯାଉଛି। କେନ୍ଦ୍ର ସରକାର କ୍ଲାଉଡ ସିଡିଂ ଉପରେ ବୈଠକ କରୁନାହାନ୍ତି। ଅଡ୍ ଇଭେନ୍ ଉପରେ ଚର୍ଚ୍ଚା ଜାରି ରହିଛି। କେନ୍ଦ୍ର ଖୁବ୍ ଶୀଘ୍ର ଏହା ଉପରେ ବୈଠକ କରୁ। ଦିଲ୍ଲୀ ସରକାର ଅପିଲ ଉପରେ ଧ୍ୟାନ ଦେଇ ନାହାନ୍ତି।