ଅନୁଗୁଳ, ୬।୪ : ଅନୁଗୁଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଥିଲା। ଝଡବର୍ଷାରେ ମା’ ହିଙ୍ଗୁଳା ଯାତ୍ରାରେ ହୋଇଥିବା ତୋରଣ ଓ ଷ୍ଟେଜ ଭାଙ୍ଗିଯାଇଛି। ଏପରିକି ପ୍ରବଳ ବର୍ଷା ପବନରେ ମହୋତ୍ସବରେ ପକାଯାଇଥିବା ଚେୟାର ଉଡିଯାଇଛି। ସେହିପରି ମା’ ହିଙ୍ଗୁଳାଙ୍କ ଯାତ୍ରାରେ ହୋଇଥିବା ଅସ୍ଥାୟୀ ଦୋକାନ ଛପର ପବନରେ ଉଡିଯାଇଛି।