ନୂଆଦିଲ୍ଲୀ,୧୩/୧୧: କ୍ରିକେଟ ଜଗତରେ ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ରିଙ୍କି ପଣ୍ଟିଂଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହେଉଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ପଏଣ୍ଟିଙ୍କୁ କଡା କଥା ଶୁଣାଇଥିଲେ ପଣ୍ଟିଂ । ଆଉ ଏହା ପରେ ସେ ଚୁପ ବସି ନାହାନ୍ତି । ଗୌତମଙ୍କୁ ରିଙ୍କି ପଣ୍ଟିଂ ନିଶାନା ମାରି ସେ ଜଲଦୀ ରାଗି ଯାଉଛନ୍ତି ବୋଲି କହିଛନ୍ତି ।
କଣ ଗମ୍ଭୀର- ପଣ୍ଟିଂ ବିବାଦ- ଭାରତୀୟ କ୍ରିକେଟ ଦଳର ମୁଖ୍ୟକୋଚ ଗୌତମ ଗମ୍ଭୀର କିଛି ଦିନ ତଳେ ରିଙ୍କି ପଣ୍ଟିଂଙ୍କୁ ଟାର୍ଗେଟ କରିଥିଲେ । ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଫର୍ମ ଓ ଭାରତୀୟ ଦଳରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ କରିଥିଲେ । ଏହାକୁ ନେଇ ପଣ୍ଟିଂଙ୍କୁ ଟାର୍ଗେଟ କରି ଗୌତମ କହିଥିଲେ ଅଷ୍ଟ୍ରେଲିଆର ଏହି ବରିଷ୍ଠ ଖେଳାଳି କେବଳ ତାଙ୍କ ଦଳର ଖେଳକୁ ନେଇ ଚିନ୍ତା କରିବା ଦରକାର । ତାଙ୍କର ଭାରତୀୟ ଦଳ ସହ କିଛି ସମ୍ପର୍କ ନାହିଁ । ବିରାଟ ହୁଅନ୍ତୁ ବା କୋହଲି ମୁଁ କାହା ପାଇଁ ଚିନ୍ତିତ ନୁହେଁ । ଏହାକୁ ନେଇ ଆଜି ଗୌତମଙ୍କୁ ରିଙ୍କି ପଣ୍ଟିଂ ନିଶାନା ମାରି ସେ ଜଲଦୀ ରାଗି ଯାଉଛନ୍ତି ବୋଲି କହିଛନ୍ତି ।
ନ୍ୟୁଜିଲାଣ୍ଡଠୁ ଭାରତର ସିରିଜ ହାରିବା ପରେ କୋଚ ଗମ୍ଭୀରଙ୍କଠୁ ନେଇ ଦଳକୁ ସମାଲୋଚନା ଶିକାର ହେବାକୁ ପଡିଥିଲା । ଏହା ପରେ ପ୍ରେସମିଟ କରି ପଣ୍ଟିଂଙ୍କୁ ଟାର୍ଗେଟ କରିଥିଲେ ।