ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IPL ଆରମ୍ଭ ହେବା ପୂର୍ବରୁ ବ୍ରେକ୍‌ ନେଲେ ଗୌତମ ଗମ୍ଭୀର , ଗତବର୍ଷ KKRକୁ କରାଇ ଥିଲେ ଚାମ୍ପିଅନ

Published By : Prameya | March 21, 2025 5:46 PM

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଶୁକ୍ରବାର ନିଜ ପରିବାର ସହ ଛୁଟି ପାଳିବାକୁ ଫ୍ରାନ୍ସ ଯାଇଛନ୍ତି। ଏହିଥର ପ୍ରଶଂସକ ନିଜର ପସନ୍ଦର ପୂର୍ବତନ କ୍ରିକେଟରଙ୍କୁ ଆଇପିଏଲରେ ଦେଖି ପାରିବେ ନାହିଁ। କାରଣ ସେ ଭାରତୀୟ ଟିମ୍‌ର କୋଚ୍‌ ପରେ ଆଇପିଏଲରୁ ହଟି ଯାଇଛନ୍ତି। ହେଲେ ଗତ ସିଜନ ସୁଦ୍ଧା ଗୌତମ ଗମ୍ଭୀର ଆଇପିଏଲରେ ମେଣ‌୍ଟରର ଭୂମିକାରେ ନଜର ଆସି ଥିଲେ ଏବଂ କୋଲକାତା ନାଇଟ୍‌ ରାଇଡର୍ସକୁ ଚାମ୍ପିଅନ କରିବାରେ ପ୍ରମୁଖ ଭୂମିକା ତୁଲାଇ ଥିଲେ।

ସୋସିଆଲ ମିଡ଼ିଆରେ ଗୌତମ ଗମ୍ଭୀରଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ପରିବାର ସହ ଏୟାରପୋର୍ଟରେ ନଜର ଆସିଛନ୍ତି। ଗୌତମ ଗମ୍ଭୀର ଗତ ସିଜନରେ ପରଦା ପଛରେ ପ୍ରମୁଖ ଭୂମିକା ତୁଲାଇ ଥିଲେ, ଯେଉଁଥି ପାଇଁ କେକେଆର ନିଜର ୩ୟ ଆଇପିଏଲ ଟାଇଟଲ ଜିତି ଥିଲା। ବର୍ତ୍ତମାନ ଚାମ୍ପିଅନ ଟିମ୍‌ ଆଇପିଏଲ ୨୦୨୫ ସିଜନ ପୂର୍ବରୁ ବ୍ରାବୋଙ୍କ ଆଡ଼କୁ ଢଳିଛି, କାରଣ ଗମ୍ଭୀର ଏବେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଅଛନ୍ତି। ଗୌତମ ଗମ୍ଭୀର ଆଇପିଏଲ ୨୦୨୨ ଓ ୨୦୨୩ରେ ଲକ୍ଷ୍ନୌ ସୁପର ଜଏଣ୍ଟସର ମେଣ୍ଟର ମଧ୍ୟ ଥିଲେ।

ମୁଖ୍ୟକୋଚ ଗୌତମ ଗମ୍ଭୀର ନିଜର ପତ୍ନୀ ନତାଶା ଓ ନିଜର ଦୁଇ ଝିଅ, ଆଜିନ ଓ ଅନାଇଜାଙ୍କ ସହ ଫ୍ରାନ୍ସ ପ୍ରସ୍ଥାନ କରିଛନ୍ତି। ଗମ୍ଭୀରଙ୍କର କୋଚିଂରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ନିଜ ନାଁରେ କରିଛି। ୯ମାର୍ଚ୍ଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍‌ରେ ହରାଇ ଟାଇଟଲ ହାତେଇ ଥିଲା। ଗୌତମ ଗମ୍ଭୀର ଗତ କିଛି ଦିନରୁ ଲଗାତାର ଭାରତୀୟ ଟିମ୍‌ ସହ ଥିଲେ, ଏହା ପୂର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିର ଲମ୍ୱା ଗସ୍ତରେ ମଧ୍ୟ ଉପସ୍ଥିତ ଥିଲେ। ଜୁଲାଇରେ ଟି-୨୦ ବିଶ୍ୱକପ୍‌ ଜିତିବା ସହ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳର ଶେଷ ହେବା ପରେ ଗମ୍ଭୀରଙ୍କୁ ରାଷ୍ଟ୍ରୀୟ ଟିମ୍‌ର ଦାୟିତ୍ୱ ସମ୍ଭାଳିବାର ୮ ମାସ ହୋଇ ସାରିଛି। 

ଆଇପିଏଲ ୨୦୨୪ରେ ଗୌତମ ଗମ୍ଭୀର କୋଲକାତା ନାଇଟ୍‌ ରାଇଡର୍ସର ମେଣ୍ଟର ଥିଲେ ଏବଂ ତାଙ୍କର ତତ୍ତ୍ୱାବଧାନରେ କୋଲକାତା ଚାମ୍ପିଅନ ହୋଇଥିଲା। ଆଇପିଏଲରେ ଆକର୍ଷଣୀୟ ସଫଳତା ମିଳିବା ପରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇ ଥିଲା। 

ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫିର ଟାଇଟଲ ଜିତିଥିବା ଭାରତୀୟ ପୁରୁଷ ଟିମ୍‌କୁ ବିସିସିଆଇ, ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଦିଆ ଯିବାକୁ ଘୋଷଣା କରିଛି। ବିସିସିଆଇ ଦ୍ୱାରା ଷୋଘିତ ଏହି ପୁରସ୍କାର ରାଶିର ବିତରଣ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି , କୋଚିଂ, ସହଯୋଗୀ ଷ୍ଟାଫ୍‌ ଓ ଅଜିତ ଅଗରକରଙ୍କର ଅଧ୍ୟକ୍ଷତାରେ ଚୟନ କମିଟି ମଧ୍ୟରେ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.