ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଓଇସିଡିର ରିପୋର୍ଟରେ ବଡ଼ ଖୁଲାସା: ସହରାଞ୍ଚଳରେ ୩୨% , ଗ୍ରାମାଞ୍ଚଳରେ ୨୧% ଚାକିରି ଖାଇଯିବ ଏଆଇ

Published By : Prameya | December 2, 2024 1:15 PM

ନୂଆଦିଲ୍ଲୀ,୦୨/୧୨: ଗତ ୧ ଦଶନ୍ଧି ଧରି ଅର୍ଗାନାଇଜେସନ ଫର୍‌ ଇକୋନୋମିକ କୋଅପରେସନ ଆଣ୍ଡ୍‌ ଡେଭଲପମେଣ୍ଟ (ଓଇସିଡି)  ଅଞ୍ଚଳ ଗୁଡିକ ନିଯୁକ୍ତି ଅଭିବୃଦ୍ଧି ଜାରି ରଖିଛନ୍ତି ।  ତେବେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  (ଏଆଇ) ଏହି ଦେଶ ଗୁଡିକର ସ୍ଥାନିୟ ନିଯୁକ୍ତି  ଖାଇଯିବାର ଢ଼େର ଆଶଙ୍କା ଉପୁଜିଛି । ସହରାଞ୍ଚଳରେ  ୩୨% ନିଯୁକ୍ତି ଏବଂ ଗ୍ରାମାଞ୍ଚଳରେ ୨୧% ନିଯୁକ୍ତି ଏହା  ଦ୍ୱାରା ଚାଲିଯିବ । ଗ୍ରାମାଞ୍ଚଳ ସହରାଞ୍ଚଳ ଆୟ ଏବଂ  ଉତ୍ପାଦକତା କ୍ଷେତ୍ରରେ ଏହା ବଡ ବ୍ୟବଧାନ ସୃଷ୍ଟି  କରିବ ବୋଲି ଓଇସିଡି ରିପୋର୍ଟରେ କୁହାଯାଇଛି ।  

ଅଟୋମେଶନ ଯୋଗୁ ଯେଉଁ ଅଞ୍ଚଳ ଗୁଡିକ  ବେଶି କ୍ଷତିଗ୍ରସ୍ତ ହୋଇ ନ ଥିଲେ ଜେନେରେଟିଭ  ଏଆଇ ଦ୍ୱାରା ନିଯୁକ୍ତି ହ୍ରାସର ଆଶଙ୍କା ବଢ଼ିଛି। ଟେକ୍ନୋଲୋଜି ଭିତ୍ତିକ ଅଟୋମେଶନ ଅଣମେଟ୍ରୋ  ଏବଂ ବିନିର୍ମାଣ କ୍ଷେତ୍ର ସହ ଜଡିତ ଏରିଆ ଗୁଡିକୁ  ପ୍ରଭାବିତ କରିଥିଲା । ମାତ୍ର ବର୍ତ୍ତମାନ ମେଟ୍ରୋ  ଅଞ୍ଚଳର କୁଶଳୀ ଏବଂ ମହିଳାମାନେ ଜେନେରେଟିଭ  ଏଆଇଦ୍ୱାରା ନିଯୁକ୍ତିରେ ବଡ ଚ୍ୟାଲେଞ୍ଜ ସାମ୍ନା କରିବେ  ବୋଲି ଆକଳନ କରାଯାଇଛି ।  

ଜେନେରେଟିଭ ଏଆଇ ବୌଦ୍ଧିକ ଏବଂ ରୁଟିନ  ଟାସ୍କ ଗୁଡ଼ିକୁ ବେଶ ଦକ୍ଷତାର ସହ କରିବାର କ୍ଷମତା  ରଖୁଛି । ଏହା ଶିଳ୍ପ ଏବଂ ସାରା ବିଶ୍ୱର ଅର୍ଥନୀତିକୁ ଦ୍ରୁତ  ଭାବେ ରୁପାନ୍ତରିତ କରୁଛି । ଏହା ଦ୍ୱାରା ନବସୃଜନ ଏବଂ  ଉତ୍ପାଦକତା ବୃଦ୍ଧିର ସମ୍ଭାବନା ତ ରହିଛି, ମାତ୍ର ଲୋକଙ୍କ  ନିଯୁକ୍ତି ଚାଲିଯିବା ଯୋଗୁ ଅର୍ଥନୈତିକ ବୈଷମ୍ୟ  ବଢ଼ିବାର ମଧ୍ୟ ଢ଼େର ଆଶଙ୍କା ମଧ୍ୟ ଉପୁଜିଛି । 

ଏହି ରିପୋର୍ଟରେ ଚିନ୍ତାଜନକ ସ୍ଥିତି ସାମ୍ନାକୁ  ଆସିଛି । ଜନେରେଟିଭ ଏଆଇ । ସ୍ୱିଡେନର ଷ୍ଟମ୍‌ହୋମ  ଏବଂ ପ୍ରଗ୍‌ର ଚେକିଆରେ ୪୫% ଓ କଲମ୍ବିଆର କୁକା  ଗ୍ରାମାଞ୍ଚଳରେ ୧୩% ନିଯୁକ୍ତି ନେଇଯିବ । କିଛି କ୍ଷେତ୍ରରେ  ନିଯୁକ୍ତି ଅଟୋମେଟେଡ ହେବାକୁ ଥିବା ବେଳେ ଏଆଇ ବିକାଶ, ଡାଟା ସାଇନ୍ସ ଏବଂ ଏଆଇ ଏଥିକ୍ସ ଭଳି  କ୍ଷେତ୍ରରେ ନିଯୁକ୍ତି ମଧ୍ୟ ଆସିପାରେ । ମାତ୍ର କିଞ୍ଚିତ  ଲୋକଙ୍କୁ ଏହାର ଫାଇଦା ମିଳିବ ବୋଲି କୁହାଯାଉଛି । 

ଓଇସିଡିର ସେକ୍ରେଟାରୀ ଜେନେରାଲ ମାଥିଆସ  କୋରମାନ କୁହନ୍ତି, ଏବେ ଜେନେରେଟିଭ ଏଆଇର  ଗ୍ରହଣୀୟତା ଦ୍ରୁତ ଭାବେ ବଢ଼ିଛି । ଫଳରେ ଏହା  ସ୍ଥାନିୟ ନିଯୁକ୍ତି ବଜାରକୁ ପୁର୍ନଭାଷିତ କରିଛି । ଏହା  ଉତ୍ପାଦକତା ବଢ଼ାଇବା ସହ ଶ୍ରମିକ ଅଭାବ ସମସ୍ୟା  ସମାଧାନ କରୁଛି। ମାତ୍ର ଏହା ସତ୍ତେ୍ୱ ଏହା ଡିଜିଟାଲ  ବୈଷମ୍ୟତା ମଧ୍ୟ ବଢ଼ାଉଛି ।  

ଏଭଳି ଟେକ୍ନୋଲୋଜିର ଲାଭ ଲୋକମାନେ  ଯେଭଳି ନେଇପାରିବେ ନୀତି ନିର୍ଦ୍ଧାରକ ମାନେ ଅଭିନବ  ଯୋଜନା ହାତକୁ ନେବା ଉଚିତ । ଡିଜିଟାଲ ଭିତ୍ତିଭୂମି  ଦୃଢ଼ୀକରଣ, ଡିଜିଟାଲ ସାକ୍ଷରତା ଏବଂ ଏମ୍‌ଏସ୍‌ଏମ୍‌ଇ  ଗୁଡ଼ିକ ଏଆଇ ଦ୍ୱାରା କିଭଳି ସ୍କିଲ ଶିଖି ପାରିବେ ସେ  ଦିଗରେ ଧ୍ୟାନ ଦେବାକୁ ପଡିବ ବୋଲି କୋରମାନ  ଉଲ୍ଲେଖ କରିଛନ୍ତି । 

ତେବେ କେବଳ ଓଇସିଡି ରିପୋର୍ଟ ନୁହେଁ  ଇୱାଇ ଗ୍ଲୋବାଲ ପକ୍ଷରୁ ନିକଟରେ ଜାରି ହୋଇଥିବା  ଏକ ରିପୋର୍ଟରେ ମଧ୍ୟ ଜେନେରେଟିଭ ଏଆଇ ଦ୍ୱାରା  ନିଯୁକ୍ତି ହ୍ରାସକୁ ନେଇ ଚିନ୍ତାପ୍ରକଟ କରାଯାଇଥିଲା ।  ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଜେନେରେଟିଭ  ଏଆଇ ଦ୍ୱାରା ଆମେରିକାର ୬୬% ନିଯୁକ୍ତି ପ୍ରଭାବିତ  ହେବ । ବିଶ୍ୱ ବଜାର କଥା ବିଚାରକୁ ନେଲେ ୫୯%  ନିଯୁକ୍ତି ପ୍ରତି ଉଚ୍ଚ ଠାରୁ ସାମାନ୍ୟ ପ୍ରଭାବ ରହିବ । ତେବେ ଅଭିବୃଦ୍ଧିଶୀଳ ଏବଂ ଅନୁନ୍ନତ ଅର୍ଥନୀତି  ତୁଳନାରେ ବିକଶିତ ଅର୍ଥନୀତିଗୁଡିକ ଏଆଇ ଦ୍ୱାରା  ବେଶି ଲାଭବାନ ହେବେ ବୋଲି ଆକଳନ କରାଯାଇଛି ।  

ରିପୋର୍ଟ ମୁତାବକ, ଜେନେରେଟିଭ ଏଆଇ  ଟୁଲ୍‌ ଦ୍ୱାରା ସୃଜନାତ୍ମକ କ୍ଷେତ୍ର ଯଥା- କଣ୍ଟେଣ୍ଟ  କ୍ରିଏସନ, ଡିଜାଇନ, ମ୍ୟୁଜିକ କମ୍ପୋଜିସନ ଭଳି କ୍ଷେତ୍ରଗୁଡିକରେ ନିଯୁକ୍ତି ପ୍ରଭାବିତ ହେବ । ଏହବାଦ  କଷ୍ଟମର ସର୍ଭିସ କ୍ଷେତ୍ରରେ ଏଆଇ ଭିତ୍ତିକ ଚାଟ୍‌ବଟ୍‌  ଏବଂ ଭର୍ଚୁଆଲ ଆସିଷ୍ଟାଣ୍ଟ ରୁଟିନ୍‌ କଷ୍ଟମରଙ୍କ ଇନ୍‌କ୍ୱାରି  କରିବା ସହ ମାନବ ଏଜେଣ୍ଟଙ୍କ ଆବଶ୍ୟକତାକୁ  ଗୌଣ କରିବ । ମେଡିକାଲ ଫିଲ୍ଡରେ ଏଆଇ  ମେଡିକାଲ ଡାଟା, ଡାଏଗ୍ନୋସିସ୍‌ରେ ସହାୟତା,  ବ୍ୟକ୍ତିଗତ ଚିକିତ୍ସା ଯୋଜନା ବିକଶିତ କରିବା ଭଳି  କାମ କରିବ । ଆର୍ଥିକ କ୍ଷେତ୍ରରେ ଏଆଇ ଟୁଲର  ବ୍ୟବହାର ଦ୍ୱାରା ସମ୍ଭାବ୍ୟ ଠକେଇକୁ ଚିହ୍ନଟ କରିବା,  ରିସ୍କର ଅନୁମାନ ଲଗାଇବା, ଆର୍ଥିକ ଆନାଲିସିସ  ଭଳି ନିଯୁକ୍ତି ରୋଲ ଗୁଡିକ ବେଶି ପ୍ରଭାବିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.