ନୂଆଦିଲ୍ଲୀ, ୦୧/୦୨: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଅଘଟଣ। ଗ୍ୟାସ ସିଲିଣ୍ଡର ଭରା ଟ୍ରକରେ ନିଆଁ ଲାଗି ବିସ୍ଫୋରଣ ।  ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ  ଦୁଇରୁ ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା । ତେବେ ଏହି ଘଟଣା ପରେ ତୁରନ୍ତ  ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଏନେଇ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା । 

ତେବେ ଗାଜିଆବାଦର ଭୋପୁରା ଛକ ନିକଟରେ ଗ୍ୟାସ୍ ସିଲିଣ୍ଡରରେ ଭର୍ତ୍ତି ଏକ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଅଗ୍ନିଶମ ବାହିନୀ ତୁରନ୍ତ ଏହି ଘଟଣା ବିଷୟରେ ସୂଚନା ପାଇ ଅନେକ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏହା ପରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି । ସେହିପରି ଏହି ଘଟଣାପରେ ଆଖପାଖର ଲୋକମାନେ ଭୟଭୀତ ଅଛନ୍ତି। ବୋମା ପରି ସିଲିଣ୍ଡର ବିସ୍ଫୋରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ମହାକୁମ୍ଭରେ ଛତନାଗ ନିକଟରେ ଲାଗିଲା ନିଆଁ , ଅନେକ ଟେଣ୍ଟ ହାଉସ୍‌ ଜଳିଗଲା

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୧୫୦ ସିଲିଣ୍ଡର ସେହି ଟ୍ରକରେ ଥିବା ଅନୁମାନ କରାଯାଉଛି।  ସିଲିଣ୍ଡର ଅଗ୍ନିକାଣ୍ଡ ଯୋଗୁଁ ଏକ ଘର ଏବଂ ଗୋଦାମ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ଉପସ୍ଥିତ ଅଛନ୍ତି । ବିସ୍ପୋରଣ ଶବ୍ଦରେ ଲୋକମାନେ ଏତେ ଭୟଭୀତ ହୋଇ ଘରୁ ବାହାରକୁ ବାହିରି ଆସିଛନ୍ତି ।