ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗାଜିଆବାଦର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଆତଙ୍କିତ ଲୋକେ

Published By : Anindita Ratha | October 1, 2024 3:23 PM

ନୂଆଦିଲ୍ଲୀ,୦୧/୧୦:ଗାଜିଆବାଦର ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଯୋଗୁଁ କାରଖାନାରେ ରଖାଯାଇଥିବା ରାସାୟନିକ ପଦାର୍ଥର ବିସ୍ଫୋରଣ ଯୋଗୁଁ ଆତଙ୍କିତ ଲୋକେ। ତେବେ ଏହି ବିସ୍ଫୋରଣ ଯୋଗୁଁ ଟିଣରେ ନିର୍ମିତ କାରଖାନାର ଛାତ ଏବଂ କାନ୍ଥ ଭୁଶୁଡି ପଡିଛି। ସେପଟେ ଘଟଣାର ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୪ଟି ଜିଲ୍ଲାରୁ ୧୨ ଗାଡି ନିୟୋଜିତ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଗତକାଲି ରାତିରେ ଏହି ଘଟଣା ଘଟିଛି। ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ,ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀ-ମେରଠ ରୋଡରେ ଥିବା ମୁରାଦନଗର ଗଙ୍ଗା କେନାଲ ବ୍ରିଜ ନିକଟରେ ଅବସ୍ଥିତ କାରଖାନାରେ ନିଆଁ ଲାଗିବାର ସୂଚନା ମିଳିଥିଲା। ଏନେଇ ତୁରନ୍ତ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା। କେମିକାଲ କାରଖାନାରେ ନିଆଁ ଲାଗିବା ଫଳରେ ଭୟଙ୍କର ରୂପଧାରଣ କରିଥିଲା। ଅଗ୍ନିଶମ ସେବା ୟୁନିଟ୍ ଗୁଡିକ ମୁଖ୍ୟ ପ୍ରବେଶ ପଥରୁ ନିଆଁକୁ ଲିଭାଇବା ଆରମ୍ଭ କରିଥିଲେ। ଖାଇବା ତେଲ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ଡ୍ରମରେ ବହୁ ପରିମାଣରେ ଗଚ୍ଛିତ ହୋଇଥିଲା । ଯେଉଁ କାରଣରୁ ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ କେହି ମୃତାହତ ହୋଇଥିବା କୌଣସି ସୂଚନା ନାହିଁ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.