ମାଲକାନଗିରି/ଏମଭି ୭୯/କାଲିମେଳା, ୧୪/୧୦, (ଆପ୍ର ) :  ଜଣେ ଯୁବତୀ ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଜଣେ  ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ମୋଟୁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବତୀଙ୍କ  ଅଭିଯୋଗ ପରେ ମୋଟୁ ପୁଲିସ ଘଟଣାର ତଦନ୍ତ  କରୁଛି।  

ସୂଚନାଯୋଗ୍ୟ ଯେ, ଯୁବତୀର ମାଆଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଘରେ ବାପା ଓ ଝିଅ ରୁହନ୍ତି। ଗତ ୧୨ତାରିଖରେ ବାପା ରାତିରେ ମାଛ ଧରିବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଗାଁ ରେ ଦଶହରା ପୂଜା ଚାଲିଥିଲା। ଗ୍ରାମବାସୀ ପୂଜା ମଣ୍ଡପ ନିକଟକୁ ପଳାଇଥିଲେ। ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜୋରଜବରଦସ୍ତ ଘରେ ପଶି ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିଲା।  ଏ ନେଇ  ଯୁବତୀ ଜଣକ ମୋଟୁ ଥାନାରେ ଅଭିଯୋଗ କରିଛନ୍ତି ।  ମୋଟୁ ଥାନାରେ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ସେପଟେ ଦୁଷ୍କର୍ମ କରିଥିବା  ବିବାହିତ ଯୁବକ  ଜଣକ ଫେରାର ଥିବାର ସୂଚନା ମିଳିଛି ।