ଚାନ୍ଦାବାଲି, ୨୩।୧୨ : ଚାନ୍ଦବାଲିରେ ଜଘନ୍ୟ କାଣ୍ଡ । ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ। ଚାନ୍ଦବାଲି ଏନ୍ଏସି ଅଧୀନ ଏକ ଗାଁରେ ଏହି ଘଟଣା ଘଟିଛି। ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି l ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ବୁଦା ଭିତରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଚାନ୍ଦବାଲି ପୁଲିସ ସହ ଧାମନଗର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି