ଭୁବନେଶ୍ବର,୧୬।୩ :  ନାବାଳିକାଙ୍କ ଉପରେ ଚଢ଼ିଗଲା ଇଟା ବୋଝେଇ ଟ୍ରାକ୍ଟର । ଉତ୍ତ୍ୟକ୍ତ ଲୋକେ ଜାଳି ଦେଲେ ଟ୍ରାକ୍ଟର । ଗୁଜିଦରଡ଼ା ଫାଣ୍ଡି ଅଧୀନ କମାରିଆ ବସପୁର ଛକରେ  ଦୁର୍ଘଟଣା ଘଟିଛି ।  ମୃତ ନାବାଳିକା ଜଣକ ହେଲେ ଦୁର୍ଗାପୁର ଅଂଚଳର ସେକ ସଵାଜ଼ଙ୍କ ଚାରି ବର୍ଷର ଝିଅ।

ଦୁର୍ଗାପୁର ଅଂଚଳର ସେକ ସଵାଜ଼ ତାଙ୍କ ଚାରି ବର୍ଷ ର ଝିଅ କୁ ନେଇ ଘରକୁ ଯାଉଥିଲେ। ଭଦ୍ରକ ଗୁଜିଦରଡ଼ା ଫାଣ୍ଡି ଅଧୀନ କମାରିଆ ବସପୁର ଛକରେ ଏକ ଇଟା ବୋଝେଇ ଟ୍ରାକ୍ଟର ତାଙ୍କ ଝିଅ ଉପରେ  ଚଡି ଯାଇଥିଲା । ଘଟଣା ସ୍ଥଳରେ ଝିଅର ମୃତ୍ୟୁ ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ  ଲୋକ ନିଆଁ ଲଗାଇ ଟ୍ରାକ୍ଟର ଜାଳି ଦେଇଥିଲେ।