ବାଙ୍କୀ,୧୯।୩ ; ନାବାଳିକା ମୃତଦେହ ଉଦ୍ଧାର।  ନାବାଳିକାଙ୍କ ପୁରୁଷ ବନ୍ଧୁ ଘରୁ ମୃତଦେହ ଉଦ୍ଧାର। ମୃତ ନାବାଳିକା ଘର ବାଙ୍କୀ ତାଳବସ୍ତ ଗ୍ରାମର । ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି।

ନାବାଳିକା ଜଣକ ତିଗିରିଆ ଥାନା ଅର୍ନ୍ତଗତ ହାଟମାଳ ଗ୍ରାମର  ତାଙ୍କ ପୁରୁଷ ବନ୍ଧୁ  ସାଗର ଭୋଇଙ୍କ ଘରେ ୧୫ ଦିନ ହେଲା ରହି ଆସୁଥିଲେ।  ବୁଧବାର ନାବାଳିକାଙ୍କ ମୃତଦେହ ଘରେ ପଡିଥିଲା। ଏ ନେଇ  ନାବାଳିକାଙ୍କ ପରିବାର ଲୋକ ବାଙ୍କି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ମେଡିକାଲରେ ଭର୍ତ୍ତି କରିଛି। ପୁରୁଷ ବନ୍ଧୁ ସାଗର ଭୋଇକୁ ବାଙ୍କୀ ପୋଲିସ ଅଟକ ରଖିଛି ।