ବୌଦ୍ଧ,୧୭।୪: - ପାଣି ଡେକିଚିରେ ପଡି ୨ ବର୍ଷର ଶିଶୁ କନ୍ୟା ମୃତ । ମୃତ ଶିଶୁ କନ୍ୟା ନାରାୟଣପୁର ଗ୍ରାମର ନକୁଲ ମହାକୁଡଙ୍କ ଝିଅ କାଜଲ ମହାକୁଡ । କାଜଲ ତାଙ୍କ ମାମୁଁ ଘର ସାନବାଗବର୍ ବୁଲିବାକୁ ଆସିଥିଲେ।
ମାମୁଁ ଘରେ ଥିବା ଏକ ପାଣି ଭର୍ତ୍ତି ଡେକିଚିରେ କାଜଲ ଖେଳୁଥିବା ସମୟରେ ଅଚାନକ ତା ଭିତରେ ପଡି ଯାଇଥିଲେ। ଡେକିଚିରେ କାଜଲଙ୍କ ମୁହଁ ତଳକୁ ଏବଂ ଗୋଡ ଉପରକୁ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଶିଶୁ କନ୍ୟା ଜଣକ ଖେଳୁଥିବା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ଏଭଳି ଏକ ଅଘଟଣ ଘଟିଥିବା ବେଳେ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।