ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋଟିଏ ଟଙ୍କାର ଗହଣାକୁ ୭୦୦ ଟଙ୍କାରେ ବିକ୍ରି କଲା ଝିଅ, ଥାନାରେ ପହଞ୍ଚିଲା ମାଆ

Published By : Anindita Ratha | February 9, 2025 2:45 PM

ନୂଆଦିଲ୍ଲୀ,୦୯/୦୨: ସାଧାରଣତଃ ପିଲାମାନଙ୍କୁ ହାତ ଖର୍ଚ୍ଚ ପାଇଁ ବାପା-ମାଆ ପକେଟ୍ ମନି ଦେଇଥାନ୍ତି। ଆଉ ପିଲାମାନେ ସେହି ପକେଟ୍ ମନିକୁ ଆବଶ୍ୟକ ଜିନିଷ କିଣିବା ପାଇଁ କିମ୍ବା ବନ୍ଧୁମାନଙ୍କ ସହିତ ଖାଇବା ପିଇବା ପାଇଁ ଖର୍ଚ୍ଚ କରନ୍ତି। ଅନେକ ସମୟରେ, ଯେତେବେଳେ କିଛି ପିଲାଙ୍କୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼ିଥାଏ କିମ୍ବା ସେମାନେ ଘରୁ ଟଙ୍କା ପାଆନ୍ତି ନାହିଁ, ସେମାନେ କାହାକୁ ନ କହି ଘରୁ ଟଙ୍କା ଚୋରି କରନ୍ତି। ପଡ଼ୋଶୀ ଦେଶ ଚୀନରେ ସମାନ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଚୀନ୍‌ର ଏକ ସ୍କୁଲ୍‌ରେ ପଢ଼ୁଥିବା ଜଣେ ଝିଅ ନିଜ ପାଇଁ କିଛି ଟ୍ରେଣ୍ଡି ଅଳଙ୍କାର ଚାହୁଁଥିଲା। ଏଥିପାଇଁ ସେ ତାଙ୍କ ମାଆଙ୍କ ମୂଲ୍ୟବାନ ଅଳଙ୍କାର ନେଇ ବଜାରରେ ମାତ୍ର ୭୦୦ ଟଙ୍କାରେ ବିକ୍ରି କରିଦେଇଥିବା ଖବର ସାମ୍ନାକୁ ଆସିଛି। ଯେତେବେଳେ ତାଙ୍କ ମାଆ ଏହା ଜାଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ୧୦ ଲକ୍ଷ ୟୁଆନ ଅର୍ଥାତ ୧ କୋଟି ୧୯ ଲକ୍ଷ ଟଙ୍କାର ଅଳଙ୍କାର ମାତ୍ର ୬୦ୟୁଆନ ବା ୭୦ ଟଙ୍କାରେ ବିକ୍ରି ହେବା କଥା ସେ ସହ୍ୟ କରିପାରିଲେ ନାହିଁ। ଯାହାକୁ ନେଇ ସେ ପୋଲିସକୁ ଖବର ଦେଇଥିବା ବେଳେ ସୋସିଆଲ ମିଡି଼ରେ ଏହି ଘଟଣାଟି ବେଶ୍ ଭାଇରାଲ ହେବାରେ ଲାଗିଛି। 

ଝିଅ ତାଙ୍କ ମାଆଙ୍କ ମୂଲ୍ୟବାନ ଅଳଙ୍କାରକୁ ଅଳ୍ପ ଟଙ୍କାରେ ବିକ୍ରି କରିଦେଲା। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଘଟଣାଟି ଚୀନର ସାଂଘାଇର। ସେଠାରେ, ଜଣେ ସ୍କୁଲ ଛାତ୍ରୀ ତାଙ୍କ ମାଆଙ୍କ କୋଟି କୋଟି ଟଙ୍କାର ଅଳଙ୍କାର ଧରି ବଜାରର ଏକ ଛୋଟ ଷ୍ଟଲରେ ପହଞ୍ଚିଥିଲା। ପୋଲିସ ରିପୋର୍ଟ ଅନୁଯାୟୀ, ଅଳଙ୍କାରର ମୋଟ ମୂଲ୍ୟ ୧ କୋଟି ୨୨,୫୯,୩୫୫ ଟଙ୍କା ଥିଲା। ଝିଅଟି ଏ ବିଷୟରେ କୌଣସି ଜାଣି ନଥିଲା ଏବଂ ସେ ନିଜ ପାଇଁ ଏକ ଲିପ୍ ଷ୍ଟଡ୍ ଏବଂ କାନଫୁଲ ଚାହୁଁଥିଲା। ଏ ଦୁଇଟି 60 ୟୁଆନ ଅର୍ଥାତ୍ 700 ଟଙ୍କାରେ ଉପଲବ୍ଧ, ତେଣୁ ଝିଅଟି ଦୋକାନୀକୁ ଅଳଙ୍କାର ଦେଇ ତା ବଦଳରେ ତା'ର ପ୍ରିୟ ଜିନିଷ କିଣିଥିବା ଜଣାପଡ଼ିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.