ମଞ୍ଚେଶ୍ୱର,୦୨/୦୬: ମାଛ କିଣିବାକୁ  ଘରୁ ବାହାରି ଯାଇଥିଲେ । ହେଲେ ଘରକୁ  ଫେରିଲେନି । ଚାଲି ଚାଲି କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲେ । ମଞ୍ଚେଶ୍ୱର ଚକେଇସିହାଣୀ  ଅଞ୍ଚଳରୁ ରବିବାର ସକାଳେ ଏମିତି ଜଣେ ନାବାଳିକା  କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ  ଥାନାରେ ଅଭିଯୋଗ ପରେ ପୁଲିସ ଏତଲା ରଖି  ଖୋଜାଖୋଜି ଆରମ୍ଭ କରିଛି ।   

୧୧ ବର୍ଷୀୟ ନାବାଳିକା ଚକେଇସିହାଣୀର  ଏକ ବସ୍ତିରେ ରହୁଛନ୍ତି । ରବିବାର ସକାଳ ୧୦ରେ  ମାଛ କିଣିବାକୁ ଯାଇଥିଲେ । ଦୀର୍ଘ ସମୟ ଯାଏଁ  ଘରକୁ ଫେରିନଥିଲେ । ପରିବାର ଲୋକ ଆଖ  ପାଖରେ ଖୋଜା ଖୋଜି କରିଥିଲେ । ହେଲେ ସେ  ମିଳିନଥିଲେ । ଝିଅଟିକୁ କୌଣସି ଲୋକ ବି ଦେଖି  ନଥିବା କହିଥିଲେ । ଶେଷରେ ନିରାଶ ହୋଇ  ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ସବୁ  ଯାଞ୍ଚ କରିଥିଲା । ପ୍ରାୟ ୨ କିଲୋମିଟର ଯାଏଁ  ସିସିଟିଭି ଯାଞ୍ଚ କରିବା ପରେ ଜଣା ପଡିଥିଲା ଝିଅଟି  ଚାଲି ଚାଲି ଏକା ଯାଇଛି । ହେଲେ ଆଗକୁ ଯିବା ପରେ ସିସିଟିଭି ନଥିବାରୁ ପୁଲିସ ଖୋଜା ଖୋଜି  କରୁଛି । ଏହା ସହ ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ପୁଲିସ ପଚରାଉଚରା କରୁଛି । ଏହା ସହ ପରିବାର  ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ ।