ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

TikTok: ବାରଣ ସତ୍ତ୍ବେ ଟିକଟକ୍‌ରେ ଭିଡିଓ ପୋଷ୍ଟ କରୁଥିଲା ଝିଅ, ଗୁଳି କରି ମାରିଦେଲେ ବାପା-ଦାଦା

Published By : Tapas Panda | January 30, 2025 11:23 PM

Image Courtesy: edition.cnn

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ୧୫ ବର୍ଷୀୟା ଝିଅକୁ ଗୁଳି କରି ମାରିଦେଲେ ବାପା-ଦାଦା । ଟିକଟକ୍‌ରେ ଭିଡିଓ ପୋଷ୍ଟ କରିବାରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଝିଅକୁ ଟିକଟକ୍‌ରେ ଭିଡିଓ ପୋଷ୍ଟ କରିବାକୁ ବାରଣ କରିଆସିଥିଲେ ତାଙ୍କ ବାପା । କିନ୍ତୁ ସେ ବାପାଙ୍କ ଚେତାବନୀକୁ ଖାତିର ନକରି ଟିକଟକ୍‌ରେ ସକ୍ରିୟ ରହୁଥିଲେ । ଏହା ପରେ ଜାନୁଆରୀ ୧୫ରେ ଆମେରିକାରେ ଜନ୍ମ ଗ୍ରହଣ କରିଥିବା ଏବଂ ସେଠାରେ ବଡ଼ ହୋଇଥିବା ଝିଅକୁ ବାପା ବଲୋଚିସ୍ତାନରେ ଥିବା ଘରକୁ ନେଇ ଆସୁଥିଲେ । ପରିବାର ସହ  ଘରକୁ ଫେରୁଥିବା ବେଳେ ଝିଅର ବାପା ଏବଂ ଦାଦା ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । 

ଦୁଇ ଅଭିଯୁକ୍ତଙ୍କୁ ପୋଲିସ ୧୦ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ମୃତ ନାବାଳିକାଙ୍କ ଭାଇକୁ ଘଟଣା ସଂପର୍କରେ ପଚରା ଉଚରା କରିଛି ।  ଘର ବାହାରେ ହୋଇଥିବା ଫାୟାରିଂ ରେ ଝିଅର ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ବାପା-ଦାଦା ପୋଲିସ ଆଗରେ କହିଥିଲେ । ତେବେ ଝିଅକୁ ହତ୍ୟା କରିବାକୁ ତାଙ୍କ ବାପା ଓ ଦାଦା ତାଙ୍କୁ ଘରକୁ ଡାକି ଆଣିଥିଲେ କି ବୋଲି ପୋଲିସ ତଦନ୍ତ କରୁଛି । ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଏବେ ବି ଅନର କିଲିଂ ଭଳି ସଂଘାତିକ କାଣ୍ଡ ଘଟୁଛି । ଏହା ପୂର୍ବରୁ ଅକ୍ଟୋବରରେ କରାଚିରେ ଜଣେ ବ୍ୟକ୍ତି ଟିକଟକ୍‌ ଭିଡିଓ ତିଆରି କରୁଥିବାରୁ ତା ମା’, ଭଉଣୀ , ଶାଳୀ ଏବଂ ଝିଆରୀକୁ ହତ୍ୟା କରିଥିଲା । ସେମାନଙ୍କ ଗଳା କାଟି ହତ୍ୟା କରିଥିଲା ରାକ୍ଷସ। 

 ଅନ୍ୟ ଏକ ମାମଲାରେ, ଜଣେ ବ୍ୟକ୍ତି ତା ସ୍ତ୍ରୀର ଗଳା କାଟି ହତ୍ୟା କରିବା ସହ ଏହାର ଭିଡିଓ ସୁଟ୍‌ କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଅଭିଯୁକ୍ତ ଏବଂ ତାର ପରିବାର ସଦସ୍ୟଙ୍କୁ ପୋଲିସ ଗିରଫ କରିବା ସହ ତଦନ୍ତ କରୁଛି ।  ସେପଟେ ପାକିସ୍ତାନରେ ଅନର କିଲିଂ ଭଳି କୁପ୍ରଥା ଚାଲିଆସିଛି । ରିପୋର୍ଟ ଅନୁସାରେ, ୨୦୨୪ରେ ପାକିସ୍ତାନରେ ୩୪୬ ମହିଳା ଏବଂ ୧୮୫ ପୁରୁଷ ଅନର କିଲିଂର ଶିକାର ହୋଇ ଜୀବନ ହରାଇଥିଲେ । ସେହିଭଳି ୨୦୨୩ରେ ୩୧୪ ମହିଳା ଏବଂ ୧୭୬ ପୁରୁଷଙ୍କ ଜୀବନ ଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.