ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଛାତ୍ରୀଙ୍କ ଦେହରେ ପ୍ରେତାତ୍ମା ! କହିଲା ‘ମୋତେ ହତ୍ୟା କରି ପୋତି ଦେଲେ’

Published By : Prameya | February 7, 2025 11:44 AM

ପୁରୀ,୦୭/୦୨: ସହରର ଏକ ପ୍ରତିଷ୍ଠିତ ସଂସ୍କୃତ ଶିକ୍ଷା ଅନୁଷ୍ଠାନ ପରିସରରେ ବୁଧବାର ଜଣେ ଛାତ୍ରୀ ବିଚିତ୍ର ଆଚରଣ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହ ଥିବା ଅନ୍ୟ ଛାତ୍ରୀମାନେ କହିଛନ୍ତି, ତାଙ୍କ ଶରୀରରେ କୌଣସି  ଆତ୍ମା ସବାର କରିଥିଲା । 

ଛାତ୍ରୀ ଜଣକ କହିଛନ୍ତି, ମୁଁ ଏହି ଅନୁଷ୍ଠାନରେ ପଢ଼ୁଥିଲି । ମାତେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ମୋ ମୃତଦେହକୁ  ଲାଇବ୍ରେରୀ ପାଶ୍ୱର୍ରେ ପୋତି ଦିଆଯାଇଛି । ସେହି ସ୍ଥାନ ଏବେ ଖୋଳିଲେ ମୋ ମୃତଦେହ ମିଳିବ । ତେବେ ଛାତ୍ରୀଙ୍କ ଏଭଳି ପ୍ରଳାପ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଆତଙ୍କ ଖେଳାଇ ଦେଇଛି । ଏଭଳି ଆଚରଣ ପ୍ରଦର୍ଶନ କରିଥିବା ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଛନ୍ତି ଅନୁଷ୍ଠାନ କର୍ତ୍ତୃପକ୍ଷ । ତେବେ ବିଜ୍ଞାନ ଯୁଗରେ  ଏସବୁ ମିଥ୍ୟା ଓ ଭ୍ରମାତ୍ମକ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଉଛି । ତଥାପି  ଏହି ଘଟଣାର ତଦନ୍ତ ଆବଶ୍ୟକ ବୋଲି କିଛି ଲୋକ ଦାବି କରିଛନ୍ତି । 

ଯେଉଁ ଛାତ୍ରୀଙ୍କ ଆତ୍ମା ବୋଲି ଆଲୋଚନା ହେଉଛି, ସେ କିଏ? ସେ କେବେ ଅନୁଷ୍ଠାନରେ ପଢୁଥିଲେ । ସତରେ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ ସେନେଇ ତଥ୍ୟ ସଂଗ୍ରହ କରାଗଲେ ଏହା ସତ କି ମିଛ ତାହା ସ୍ପଷ୍ଟ ହୋଇଯିବ ବୋଲି  ଆଲୋଚନା ଚାଲିଛି । ପୁଲିସ ଏନେଇ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.