ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ବର୍ଷର ପ୍ରଥମ ସପ୍ତାହରେ ବଜାର ଅସ୍ଥିର, ନିବେଶକ କାଢ଼ିନେଲେ ୨୦୦ କୋଟି ଡଲାର

Published By : Prameya | January 11, 2025 11:16 AM

ମୁମ୍ବାଇ,୧୧/୦୧: ଭାରତ ବଜାରରୁ ବିଦେଶୀ  ନିବେଶକଙ୍କ ଟଙ୍କା ଉଠାଣ ଟ୍ରେଣ୍ଡ ନୂଆବର୍ଷରେ ବି ଜାରି ରହିଛି । ବର୍ଷର ପ୍ରଥମ ୭ ଦିନରେ ବିଦେଶୀ  ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ)ମାନେ ଭାରତୀୟ  ପୁଞ୍ଜି ବଜାରରୁ ୨୦୦ କୋଟି ଡଲାର ବା ପ୍ରାୟ ୧,୭୧,୭୫,୯୨,୦୦,୦୦୦ ଟଙ୍କା କାଢ଼ି ନେଇଛନ୍ତି ।  ଆଗାମୀ କିଛି ଦିନରେ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା  ବଜାରକୁ ପ୍ରଭାବିତ କରିପାରେ । ଏଥିପାଇଁ ଭାରତ ବଜାରକୁ ନେଇ ସତର୍କ ରହିଛନ୍ତି ବିଦେଶୀ ନିବେଶକ  । 

କମ୍ପାନି ଗୁଡ଼ିକର ତୃତୀୟ ତ୍ରୟମାସିକ ଫଳାଫଳ  ପ୍ରକାଶ ପାଇବା ଆରମ୍ଭ ହୋଇଗଲାଣି । ଜାନୁଆରୀ  ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ  ଶପଥ ଗ୍ରହଣ କରିବେ । ଜାନୁଆରୀ ୩୧ରେ ଆମେରିକା  ଫେଡେରାଲ ରିଜର୍ଭର ବୈଠକ ଥିବାବେଳେ ଫେବ୍ରୁଆରୀ  ୧ରେ ଦେଶର ବଜେଟ୍‌ ଉପସ୍ଥାପନ ହେବ । ଏସବୁ  ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇବା ସ୍ୱାଭାବିକ ।  ବଜାର ହ୍ରାସ ବେଳେ ଖୁଚୁରା ନିବେଶକ ସେୟାର  କିଣିଚାଲିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ସେୟାରରେ ରିସ୍କ  ନେବା ପାଇଁ ବିଦେଶୀ ନିବେଶକଙ୍କ ଭୋକ କମିଗଲାଣି ବୋଲି  ମନେହୁଏ । ଅନ୍ତର୍ଜାତୀୟ ବ୍ରୋକରେଜ ସଂସ୍ଥା ଏଚ୍‌ଏସ୍‌ବିସି  ବର୍ଷ ୨୦୨୫ରେ ଭାରତକୁ ‘ନ୍ୟୁଟ୍ରାଲ’ରେ ଡାଉନ୍‌ଗ୍ରେଡ୍‌  କରିଥିବା ପ୍ରଥମ ବ୍ରୋକରେଜ୍‌ କମ୍ପାନି ପାଲଟିଛି । ୨୦୨୫ରେ  ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ  ୮୫,୯୯୦ ପଏଣ୍ଟରେ ରହିବ ବୋଲି ଏହା ଅନୁମାନ କରିଛି ।  ଶୁକ୍ରବାର କାରବାର ଶେଷରେ ସେନ୍‌ସେକ୍ସରେ ୨୪୧.୩୦  ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୭୭,୩୭୮.୯୧  ପଏଣ୍ଟକୁ ଖସିଆସିଛି । ଅନ୍ୟପକ୍ଷରେ, ନ୍ୟାସ୍‌ନାଲ  ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୯୫ ପଏଣ୍ଟ  ଖସି ୨୩,୪୩୧.୫୦ ପଏଣ୍ଟରେ ବନ୍ଦ ହୋଇଛି । 

ବର୍ଷର ପ୍ରଥମ ସପ୍ତାହରେ ପୁଞ୍ଜି ବଜାରରେ ଉତ୍‌ଥାନ  ପତନ ଦେଖିବାକୁ ମିଳିଛି । ବିଦେଶୀ ନିବେଶକ ପୁଞ୍ଜି  କାଢ଼ି ନେବାର ଅନେକ କାରଣ ରହିଛି । ଲଗାତର ୪ ବର୍ଷ  ଯାଏ ଦୁଇ ଅଙ୍କର ମଜଭୁତ ଅଭିବୃଦ୍ଧି ପରେ ଭାରତୀୟ  କମ୍ପାନିଗୁଡ଼ିକର ଆୟରେ ଗତ ୨ଟି ତ୍ରୟମାସରେ  ହ୍ରାସ ଦେଖିବାକୁ ମିଳିଛି । ତୃତୀୟ ତ୍ରୟମାସରେ ବି  ଆଖିଦୃଶିଆ ସୁଧାର ଆଶା ନାହିଁ । ଏହା ମଧ୍ୟ ବିଦେଶୀ  ନିବେଶକଙ୍କୁ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ କରିଛି । 

୨୦୨୪-୨୫ରେ ଦେଶର ମୋଟ ଘରୋଇ  ଉତ୍ପାଦ(ଜିଡିପି) ଅଭିବୃଦ୍ଧିକୁ ନେଇ ଭାରତ ସରକାର  ନିଜ ଅଗ୍ରିମ ଅନୁମାନରେ କହିଛନ୍ତି ଯେ, ଏହା ମନ୍ଥର  ରହିବ । ଆଲୋଚ୍ୟ ଆର୍ଥିକବର୍ଷରେ ଦେଶର ବିକାଶ  ହାର ୬.୪% ରହିବା ଅନୁମାନ କରାଯାଇଛି, ଯାହାକି  ଗତବର୍ଷ ୮.୨% ଥିଲା । ଯଦି ୬.୪% ଅଭିବୃଦ୍ଧି  ହୁଏ ତେବେ ଏହା ହେବ ୪ ବର୍ଷର ସର୍ବନିମ୍ନ ସ୍ତର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.