ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରୋଗୀ ବେଶରେ ଆସିଲେ ଦୁର୍ବୃତ୍ତ, ସ୍ବାସ୍ଥ୍ୟକେନ୍ଦ୍ର ସିଏଚଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ୍

Published By : Suraj Kumar | March 11, 2025 5:54 PM

କରଞ୍ଜିଆ,୧୧।୩ : ରୋଗୀ ବେଶରେ ଡାକ୍ତରଖାନାକୁ ଆସିଲେ ଦୁର୍ବୃତ୍ତ। ଔଷଧ ମାଗିବା ବାହାନାରେ ଭିତରକୁ ପଶି ସ୍ବାସ୍ଥ୍ୟକେନ୍ଦ୍ରର ସିଏଚଓଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ଲୁଟି ନେଲେ । ଲୁଟର ଶିକାର ହୋଇଛନ୍ତି ଠାକୁରମୁଣ୍ଡା କେନ୍ଦୁଜିଆଣି ଠାରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସିଏଚଓ ଟୁଇଙ୍କିଲ ବେହେରା। 

 ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣି ଠାରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ୨ ଜଣ ଦୁର୍ବୃତ୍ତ ଔଷଧ ନେବାକୁ ଆସିଥିଲେ। ଡାକ୍ତରଖାନା ସିଏଚଓ ଟୁଇଙ୍କିଲଙ୍କୁ ପେନ୍ କ୍ଲିଅର ମାଗିବା ବାହାନାରେ ଭିତରକୁ ଯାଇ ବନ୍ଧୁକ ଦେଖାଇ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିଲେ।  ଏ ନେଇ  ଟୁଇଙ୍କିଲ ବେହେରା ଥାନାରେ ଅଭିଯୋଗ କରିଥିଲେ। ଠାକୁରମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.