ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ହୁ ହୁ ହୋଇ ବଢ଼ିଚାଲିଛି ସୁନା ଦର, ୮୩ ହଜାର ଡେଇଁଲା ସୁନା

Published By : Swapna Ray | January 31, 2025 8:37 AM

ଭୁବନେଶ୍ୱର, ୩୧।୧: ବଢ଼ିଚାଲିଛି ସୁନାର ଚମକ । ସୁନା ଦାମ୍‌ରେ ଦେଖାଦେଇଥିବା ବୃଦ୍ଧିର ଧାରା ଜାରି ରହିଛି । ହଳଦିଆ ଧାତୁ ଦର ୮୩ ହଜାର ଟଙ୍କା ପାର୍‌ କରିଛି । ଭୁରାଜନୈତିକ ଅସ୍ଥିରତା ଏବଂ ଅନିଶ୍ଚିତତା ମଧ୍ୟରେ ସୁନାରେ ବଢ଼ିଛି ନିବେଶ । ଏହା ଦରକୁ ଉପରମୁହାଁ କରୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, ୨୨ କ୍ୟାରେଟ୍‌ ସୁନା ଦର ୧୫୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା ୭୬,୧୦୦ ଟଙ୍କାରେ ପହଞ୍ଚିଛି । ଗତ ୩୦ ଦିନ ଭିତରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୨୩୦୦ ଟଙ୍କା ବଢ଼ିଛି । କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବଢ଼ିଛି । ଫଳରେ ଏହା ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି । 

କେବଳ ଓଡ଼ିଶାରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ସୁନା ମହଙ୍ଗା ହୋଇଛି । ପ୍ରଥମ ଥର ପାଇଁ ଦିଲ୍ଲୀରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ଦାମ୍ ୮୩ ହଜାର ୮୦୦ ଟଙ୍କା ସ୍ତରରେ ପହଞ୍ଚିଛି । ସର୍ବଭାରତୀୟ ସରାଫା ସଙ୍ଘ ସୂଚାନୁସାରେ, ରୁପାର କିଲୋପିଛା ଦାମ୍ ୧୧୫୦ ଟଙ୍କା ବୃଦ୍ଧି ପାଇ ୯୪ ହଜାର ୧୫୦ ଟଙ୍କା ହୋଇଛି । ଓଡ଼ିଶାରେ କିନ୍ତୁ, ରୂପା ଦାମ୍ ଜାତୀୟ ହାରଠାରୁ ଯଥେଷ୍ଟ ଉପରେ ରହିଛି । ରୁପା କେଜି ମୂଲ୍ୟ ୨ ହଜାର ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ହଜାର ଟଙ୍କା ହୋଇଛି । ତେବେ ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ମୂଲ୍ୟ ବଢ଼ି ସର୍ବାଧିକ ସ୍ତରରେ ପହଞ୍ଚିଛି ।

ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ନେଇ ଅନିଶ୍ଚିତତା ଲାଗିରହିଥିବାବେଳେ ଆମେରିକା ଟ୍ରେଜେରି ୟିଲ୍ଡ କମ୍ ହୋଇଥିବାରୁ ସୁନା ଦାମ୍ ବଢ଼ୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଟ୍ରମ୍ଫଙ୍କ ଶୁଳ୍କ ପ୍ରହାର ଏବଂ ଦେଶ ପ୍ରଥମ ନୀତି ବିଶ୍ୱ ଅର୍ଥନୀତିକୁ କିଭଳି ପ୍ରଭାବିତ କରିବ ତାହାକୁ ନେଇ ମଧ୍ୟ ନିବେଶକମାନେ ଉଦବିଗ୍ନ ରହିଛନ୍ତି । ସମ୍ଭାବ୍ୟ କ୍ଷତିରୁ ବର୍ତ୍ତିବା ଲାଗି ସେମାନେ ସୁନା ଭଳି ସୁରକ୍ଷିତ ସମ୍ପତ୍ତିରେ ନିବେଶ ଜାରି ରଖିଛନ୍ତି । ସେମାନେ ବିପଦ ଥିବା ସମ୍ପତ୍ତିଠାରୁ ଦୂରେଇ ଯାଉଛନ୍ତି । ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ଅପରିବର୍ତ୍ତିତ ରଖିବା ମଧ୍ୟ ସୁନା ଦାମ୍‌କୁ ପ୍ରଭାବିତ କରୁଥିବା କୁହାଯାଇଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.