ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବାଡ଼ି କବାଟ ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ ଦୁର୍ବୃତ୍ତ

Published By : Harapriya Sethi | November 28, 2024 12:44 PM

କଟକ,୨୮/୧୧: କଟକରେ ମାତିଛନ୍ତି ଲୁଟେରା । ଦ୍ବିତୀୟ ଦିନରେ କଟକ ତିଗିରିଆ ଥାନା ନିଜିଗଡ଼ରେ ବାଡ଼ି କବାଟ ତାଡି କରିଲେ ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ତିଗିରିଆ ଗୋହିରିମୁଣ୍ଡ ଛକରେ ଏଭଳି ଘଟଣା ଘିଟିଛି । 

ସୂଚନା ମୁତାବକ, କୁଟାରିମାଲ ଗ୍ରାମର ଜିତେନ୍ଦ୍ର ନାୟକଙ୍କ ତିଗିରିଆ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ବୁଧବାର ବିଳମ୍ୱିତ ରାତିରେ ଲୁଟେରା ମାନେ ଘରର ବାଡ଼ି କବାଟ ତାଡି ଘରେ ପଶିଥିଲେ । ଘରେ ପଶି ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ଗୁରୁବାର ସକାଳୁ ଘରୁ ଲୁଟ୍‌ ହୋଇଥିବା ନେଇ ଜିତେନ୍ଦ୍ର ଜାଣିବାକୁ ପାଇଥିଲେ । ଏନେଇ ଜିତେନ୍ଦ୍ର ତିଗିରିଆ ଥାନାରେ ଅଭିଯୋଗ କରିଥିଲେ । ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ ଚଳାଇଛି ପୋଲିସ । 

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜିଗଡ଼ର ସୁଶିଲ ନନ୍ଦଙ୍କ ଘରୁ ଏହିଭଳି ଢଙ୍ଗରେ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୧ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଲଗାତାର ଦୁଇଟି ଦିନରେ ଦୁଇଥର ଲୁଟ୍‌ ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.