ନୂଆଦିଲ୍ଲୀ: ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି,ଯେତେବେଳେ ରୂପା କିଲୋଗ୍ରାମ ପିଛା୧୫୦୦ ମହଙ୍ଗା ହୋଇଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ଏହି ବୃଦ୍ଧି ଷ୍ଟକିଷ୍ଟ ମାନଙ୍କ ଦ୍ୱାରା ନୂତନ କ୍ରୟ ଏବଂ ବିଶ୍ୱ ବଜାରରେ ଶକ୍ତି ଯୋଗୁଁ ଘଟିଛି। ପିଟିଆଇ ଖବର ଅନୁଯାୟୀ,ଗୁରୁବାର (୧୪ ଅଗଷ୍ଟ, ୨୦୨୫) ୯୯.୯% ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତି ୧୦ ଗ୍ରାମ ପିଛା୧ ଲକ୍ଷ ୧ ହଜାର ୪୨୦ ରେ ପହଞ୍ଚିଛି, ଯେତେବେଳେ ବୁଧବାର ଏହାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୦୧,୦୨୦ ଟଙ୍କା ଥିଲା । ସେହିପରି, ୯୯.୫% ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ୧ ଲକ୍ଷ୧ ହଜାରରେ ପହଞ୍ଚିଛି (ସମସ୍ତ ଟ୍ୟାକ୍ସ ସହିତ)। ପୂର୍ବରୁ ବୁଧବାର ଏହାର ମୂଲ୍ୟ ୧,୦୦,୬୦୦ ଟଙ୍କା ଥିଲା।
ସେହିଭଳି ରୂପା ମୂଲ୍ୟରେ ମଧ୍ୟ ପ୍ରବଳ ବୃଦ୍ଧି ଦେଖାଦେଇଛି। ଗୁରୁବାର ଦିନ ରୂପା ୧୫ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୧୩ ହଜାର ୫୦୦ ପ୍ରତି କିଲୋଗ୍ରାମରେ ପହଞ୍ଚିଛି (ସମସ୍ତ ଟ୍ୟାକ୍ସ ସହିତ)।
କାହିଁକି ମୂଲ୍ୟ ବୃଦ୍ଧି ପାଇଲା
ଅଗମୋଣ୍ଟର ରିସର୍ଚ ମୁଖ୍ୟ ରେନିଶା ଚୈନାନିଙ୍କ ଅନୁଯାୟୀ, ବ୍ୟବସାୟୀ ମାନେ ଆଶା କରୁଛନ୍ତି ଯେ, ସେପ୍ଟେମ୍ବରରେ ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାର ହ୍ରାସ କରିବ। ଆମେରିକାର ଶ୍ରମ ବଜାରରେ ନରମତା ଏବଂ CPI ରିପୋର୍ଟ ମୁଦ୍ରାସ୍ଫୀତି ଉପରେ ଚାପ ହ୍ରାସ କରିଛି, ଯାହା ସୁନା ଏବଂ ରୂପାକୁ ସମର୍ଥନ କରିଛି।