ନୂଆଦିଲ୍ଲୀ,୧।୯: ରକେଟ ବେଗରେ ବଢିବାରେ ଲାଗିଛି ସୁନା ଓ ରୁପାର ଦାମ୍। ସେପ୍ଟମ୍ବର ମାସ ପହିଲାରୁ ବଢି ସୁନା ରେଟ୍ ନିଜର ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ୨୪ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପିଛା ୧,୦୫,୭୨୯ ଟଙ୍କା ପାର କରିଛି। ସେଭଳି ରୁପାର ଦାମ୍ ମଧ୍ୟ ଖୁବ୍ ବଢି ଯାଇଛି। ରୁପା ଦାମ୍ ଏବେ ୧,୨୪,୯୯୦ ଟଙ୍କା ପ୍ରତି କିଲୋରେ ଟ୍ରେଡ କରୁଛି। ନା କେବଳ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ) ବଂର ଘରୋଇ ମାର୍କେଟରେ ମଧ୍ୟ ସୁନା ଓ ରୁପାର ଦାମ୍ ଖୁବ୍ ବୃଦ୍ଧି ହୋଇଛି।
ସୁନା ଓ ରୁପା ଦାମ୍ ବଢିବା ପଛରେ ବିଭିନ୍ନ ପ୍ରକାର କାରଣ ରହିଛି। ଆମେରିକା ଡଲାରରେ ଦୁର୍ବଳତା, ସେପ୍ଟେମ୍ବରରେ ଫେଡରାଲ ରିଜର୍ଭ ପକ୍ଷରୁ ସୁଧହାରରେ କାଟ୍ ଆଶା ଓ ଟ୍ରମ୍ପ ଟାରିଫ୍ ସହ ଜଡିତ ଅନିଶ୍ଚିତତା ରହିଛି। ଗତ ସପ୍ତାହ ଆମେରିକା ଫେଡରାଲ ଅପିଲ କୋଟର୍ରୁ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି। କୋର୍ଟ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିଜର ବାଣିଜ୍ୟିକ ଭାଗିଦାରୀ ଦେଶ ଉପରେ ଲଗାଇଥିବା ନୂଆ ହାଇ ଟାରିଫ୍କୁ ଭୁଲ ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ଟ୍ରମ୍ପ ପ୍ରେସିଡେଣ୍ଟିଆଲ ଅଥରିଟିଜର ଭୁଲ ବ୍ୟବହାର କରିଛନ୍ତି। ତେବେ କୋର୍ଟ ସୁପ୍ରିମକୋର୍ଟରେ ଅପିଲ୍ କରିବା ପାଇଁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଟାରିଫ୍ ବଜାୟ ରଖିଛନ୍ତି। ଏହି ଖବର ଆସିବା ପରେ ଡଲାରରେ ଦୁର୍ବଳତା ଦେଖିବାକୁ ମିଳିଛି।
ଏମସିଏକ୍ସରେ କେବଳ ସୁନା ନୁହେଁ, ବଂର ରୂପାର ଦାମ୍ ମଧ୍ୟ ଖୁବ୍ ବଢିଛି। ଏହା କିଲୋଗ୍ରାମ୍ ପିଛା ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୨୪,୯୯୦ ଟଙ୍କାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। କେବଳ ଏମସିଏକ୍ସ ନୁହେଁ, ବଂର ଘରେଇ ମାର୍କେଟରେ ସୁନା ଓ ରୁପାର ଦାମ୍ ଜୋରଦାର ବୃଦ୍ଧି ପାଇଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନ୍ର ଓ୍ବେବସାଇଟ୍ IBJA.Com ରେ ଅପଡେଟ୍ ଦିଆଯାଇଥିବା ରେଟ୍ ଉପରେ ନଜର ପକାଇଲେ ୨୯ ଅଗଷ୍ଟରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧,୦୨,୩୮୮ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ତେବେ ସୋମବାର ସକାଳୁ ହିଁ ୧,୦୪,୭୯୨ ଟଙ୍କା ପ୍ରତି ୧୦ ଗ୍ରାମ୍ରେ ପହଁଞ୍ଚି ଯାଇଛି। ଅର୍ଥାତ ସୁନା ୨,୪୦୪ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ସେଭଳି ଚଳିତ ବର୍ଷ ସୁନାର ଦାମ୍ରେ ଏପର୍ଯ୍ୟନ୍ତ ୨୮,୬୩୦ ଟଙ୍କା ବୃଦ୍ଧି ହୋଇଛି।