ନୂଆଦିଲ୍ଲୀ,୨୯।୧: ସୁନା ଏବଂ ରୁପାର ଦାମ୍ ଏପର୍ଯ୍ୟନ୍ତର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ସବୁଠାରୁ ଅଧିକ ରୁପା ନିବେଶଙ୍କୁ ଚକିତ କରିଛି। ମାତ୍ର ଦୁଇ ଦିନରେ ରୁପା ୬୦ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଏହି ସମୟରେ ସୁନା ୧୨୦୦୦ ଟଙ୍କା ଅଧିକ ବଢିଯାଇଛି। ଏତେ ଅଧିକ ଉପରକୁ ଉଠିବା କାରଣ ସେତେବେଳେ ଆସିଥିଲା ଯେତେବେଳେ ଆମେରିକା ସେନା ଇରାନ ଆଡକୁ ବଢିଥିଲା। ଡୋନାଲ୍ଡୋ ଟ୍ରମ୍ପ ବାରମ୍ବାର ଇରାନକୁ ଚେତାବନୀ ଦେଉଛନ୍ତି। ଅନ୍ୟପକ୍ଷେ ଆମେରିକା ଫେଡରାଲ ରିଜର୍ଭ ନିଜର ରେଟରେ କୌଣସି ପରିବର୍ତ୍ତନ କରିନାହିଁ।

ଏହି ଦୁଇଟି ଘଟଣା ବ୍ୟତୀତ ଇଣ୍ଟରନ୍ୟାସନାଲ ମାର୍କେଟରେ ସୁନା ଓ ଚାନ୍ଦି ପୁଣିଥରେ ନିଜର ରେକର୍ଡ ଲେବଲରେ କାରବାର କରୁଛି। ଭାରତୀୟ କରେନ୍ସି ମଧ୍ୟ ଚାପରେ ଥିବାର ଦେଖିବାକୁ ମିଳିଛି। ଦୁଇ ଦିନ ଭିତରେ ଏହି ସବୁ ଘଟଣାର କାରଣ ଗୁରୁବାର ଏମ୍ସିଏକ୍ସରେ ସୁନା-ରୂପାର ଫ୍ରେସ୍ ଅଲ୍ ଟାଇମ୍ ହାଇ ରେ ପହଁଞ୍ଚି ଯାଇଛି। ଗୁରୁବାର ମଲ୍ଟି କମୋଡିଟି ମାର୍କେଟରେ ସନ୍ଧ୍ୟା ୫ଟା ବେଳେ ରୁପାର ଦାମ୍ ୩୧୦୦୦ ଟଙ୍କା ଚଢିକି ୪,୧୭,୦୦୦ଟଙ୍କା ନିଜର ଅଲ୍ ଟାଇମ୍ ହାଇ ଲେବଲରେ ପହଁଞ୍ଚି ଯାଇଥିଲା। ସେଭଳି ସୁନାର ଦାମ୍ ପ୍ରାୟ ୯୦୦୦ ଟଙ୍କା ବଢି, ୧,୭୫,୦୦୦ ଟଙ୍କାରେ ପହଁଞ୍ଚି ଯାଇଥିଲା। ସେଭଳି ଟ୍ରେଡ୍ରିଂ ବେଳେ ସୁନା ନିଜର ନୂଆ ରେକର୍ଡ ହାଇ ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା।

ସେଭଳି ଗତ ଦୁଇ ଦିନର ରିପୋର୍ଟ ଯଦି ଦେଖାଯାଏ ତେବେ ୨୭ ଜାନୁଆରୀରେ ପା ୩.୫୬ ଲକ୍ଷ ଟଙ୍କା ଉପରେ ଥିଲା,ଯାହାକି ୨୯ ଜାନୁଆରୀକୁ ବଢାଇ ୪.୧୬ ଲକ୍ଷ ଟଙ୍କା ହୋଇଯାଇଛି। ଏହା ଦୁଇ ଦିନ ଭିତରେ ୬୦ ହଜାର ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ଏଭଳି ଭାବରେ ସୁନା ୨୭ ଜାନୁଆରୀରେ ୧.୬୮ ଲକ୍ଷ ଟଙ୍କାରେ ଥିଲା,ଯାହାକି ୧୨୦୦୦ଟଙ୍କା ଚଢି ୧.୮୦ଲକ୍ଷରେ ପହଁଞ୍ଚି ଯାଇଛି। ଏହା ମଧ୍ୟରେ ବିଶେଷଜ୍ଞମାନେ କହିଛନ୍ତି, ଯଦି ଆମେରିକା-ଇରାନ ଭିତରେ ବିବାଦ ଆହୁରି ବଢେ ତେବେ ରୁପାର ଦାମ୍ ୫ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ୍ ବଢିପାରେ। ଅର୍ଥାତ ବର୍ତ୍ତମାନର ଦାମ୍ ୨୦% ଆହୁରି ବଢିବ।

ଆହୁରି ପଢନ୍ତୁ :ସର୍ବାକାଳୀନ ରେକର୍ଡ ଭାଙ୍ଗିଲା ରୁପା, ସୁନା ୧୦ ଗ୍ରାମ୍‌କୁ ୧ ଲକ୍ଷ ୬୦ ହଜାର ଟଙ୍କା