ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ବୀରକିଶୋରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ, ଦକ୍ଷତା ସହିତ ଶ୍ରେଷ୍ଠତା ଦେଖାଇବାକୁ ପଡ଼ିବ : ମୁଖ୍ୟମନ୍ତ୍ରୀ

Published By : Prameya | April 10, 2025 10:08 PM

କେନ୍ଦୁଝର ସଦର,୧୦/୪(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବୀରକିଶୋରପୁର ମଣ୍ଡଳପାଟ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବବ୍ରତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।  

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଦକ୍ଷତା ସହିତ ଶ୍ରେଷ୍ଠତା ଦେଖାଇବାକୁ ପଡ଼ିବ । ପାଠ ସହିତ କ୍ରୀଡା, କଳା, କୃଷି ପ୍ରତି ରୁଚି ରଖିବା ଆବଶ୍ୟକ।  ବୀରକିଶୋରପୁର ବିଦ୍ୟାଳୟକୁ ଗ୍ରାମର ଲୋକେ ବହୁ ଘାତ ପ୍ରତିଘାତ ସମ୍ମୁଖୀନ ହୋଇ ୫୦ ବର୍ଷରେ ପଦାର୍ପଣ କରିବାରେ ସକ୍ଷମ ହୋଇଛନ୍ତି। ଏ ବିଦ୍ୟାଳୟରୁ ଅନେକ ପ୍ରତିଭାବନ ବ୍ୟକ୍ତି ବିଶେଷ ବାହାରି ନିଜ ଗାଁ ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ,ଦେଶ ପର୍ଯ୍ୟନ୍ତ ସେବାରେ ଅଛନ୍ତି। ଶିକ୍ଷାର ବିକାଶ ତଳ ସ୍ତରରୁ ହେବର ଆବଶ୍ୟକତା ରହିଛି। ସେଥିପାଇଁ  ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କରିବାକୁ ଯାଉଛନ୍ତି । ଜିଲ୍ଳାର ଯୁବକଙ୍କ ନିଯୁକ୍ତି ପାଇଁ ଖୁବ ଶୀଘ୍ର ଦୁଇଟି ମେଗା ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  

ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂସଦ ସଭାପତି ଗୋଲକ ବିହାରୀ ଗିରୀ, ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ଝାଡେଶ୍ୱର ମହାନ୍ତ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାୟକ, ଜିଲ୍ଲାପାଳ ବିଶାଲ ସିଂ , ବିଦ୍ୟାଳୟ ପରିଚଳନା ଜୟରାମ ବଙ୍କିରା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁବର୍ଣ୍ଣ ଜୟନ୍ତୀର କମିଟିର ସମସ୍ତ ସଦସ୍ୟଙ୍କ ଦ୍ଵାରା କାର୍ଯ୍ୟକ୍ରମ ସଫଳ ହୋଇଛି।

 ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି 

ବୀରକିଶୋରପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ପାଠ ପଢି ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିବା ରାଜକିଶୋର ମୁଣ୍ଡା ସହିଦ ହୋଇ ଦେଶ ପାଇଁ ଜୀବନ ଦେଇଛନ୍ତି।  ସେ ବିଦ୍ୟାଳୟକୁ ତଥା ରାଜ୍ୟ ପାଇଁ ଗୌରବାର୍ଣ୍ଣିତ କରିଥିବାରୁ ସହିଦଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଅମର ଆତ୍ମାର ଶାନ୍ତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି।

 ବିଦ୍ୟାଳୟ ପ୍ରତି ପ୍ରଥମ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ  ସମ୍ବର୍ଦ୍ଧିତ

ବୀରକିଶୋରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଅବଦାନ ବହନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  ପ୍ରଥମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ମହାନ୍ତ, ସମ୍ପାଦକ ସ୍ବର୍ଗତ କୋଲ୍ଲ ଚରଣ ଗିରିଙ୍କ ଝିଅ ନିରୂପମା ଗିରି, ବିଦ୍ୟାଳୟ ପ୍ରତିଷ୍ଠାତା ବୈକୁଣ୍ଠ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତ୍ରିଲୋଚନ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘୋଷଙ୍କୁ ମୁଖ୍ୟ ମନ୍ତ୍ରୀ ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।

 ଛାତ୍ରୀ ଜୟନ୍ତୀ ମହାକୁଡ଼ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଆଙ୍କିଲେ

 ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜୟନ୍ତୀ ମହାକୁଡ଼ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କ ଫଟୋ ଚିତ୍ର ଆଙ୍କି ସେହି ଫଟୋ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ସହିତ କଳା ପ୍ରତି ରୁଚି ରଖୁବା ପାଇଁ ଉତ୍ସାହିତ କରିଥିଲେ ।ମୁଖ୍ୟମନ୍ତ୍ରୀ ଉତ୍ସାହିତ ମୋତେ ବହୁତ୍ ସାହାସ ଯୋଗାଇବ ବୋଲି କହିଛନ୍ତି ଜୟନ୍ତୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.