ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅଧିକ ଜଙ୍କଫୁଡ଼ ଖାଇବାକୁ କରୁଛନ୍ତି କି ପସନ୍ଦ? ହୋଇପାରେ ଏହିସବୁ ସମସ୍ୟା

Published By : Anindita Ratha | November 27, 2024 2:54 PM

ଆଜିକାଲି ସମସ୍ତେ ଘର ଖାଇବାଠାରୁ ଅଧିକ ବାହାର ଖାଦ୍ୟ ଅର୍ଥାତ୍ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି । ଘରର ତିଆରି ଭାତ,ଡାଲି, ରୋଟି ଖାଇବାକୁ ପସନ୍ଦ କରୁନାହାନ୍ତି ପିଲା । ଆଉ ବାହରେ ଅଧିକ ଫାଷ୍ଟଫୁଡ ଖାଇବା ଯୋଗୁଁ ଅନେକ ଲୋକ କମ୍ ବୟସରେ ମେଦବହୁଳତା ସହିତ ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଶରୀରରେ ଇମ୍ୟୁନିଟି ମଧ୍ୟ ହେଉଛି ପ୍ରଭାବିତ । ସେହିପରି ପିଲାଙ୍କ ଖାଇବା ଅଭ୍ୟାସ ସେମାନଙ୍କ ପ୍ରାରମ୍ଭିକ ବର୍ଷରୁ ଆରମ୍ଭ ହୋଇଥାଏ । ଯଦି ଏହି ସମୟରେ ଜଙ୍କଫୁଡ ନିୟମିତ ଅଭ୍ୟାସ ପଡିଯାଏ ତାହେଲେ ଆଗକୁ ସେମାନଙ୍କ ଏହି ଅଭ୍ୟାସ ଛଡାଇବା କଷ୍ଟକର ହୋଇପଡେ । ଯାହାଫଳରେ ସେମାନେ ବିଭିନ୍ନ ଦରୋଗର ସମ୍ମୁଖୀନ ହୁଅନ୍ତି । ତେବେ  ଆସନ୍ତୁ ଜାଣିବା କେଉଁସବୁ କାରଣ ଯୋଗୁଁ ପିଲାମାନେ ଜଙ୍କଫୁଡ଼ ଖାଇବାକୁ ପସନ୍ଦ କରୁଛନ୍ତି । 

 ଅଧିକ ବ୍ୟସ୍ତ ରହୁଥିଲେ ଓ ନିଜ ପିଲାର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ନ ଦେଇପାରନ୍ତିନି। ଫଳରେ ପିଲାମାନେ ଘର ଖାଦ୍ୟ କମ୍ ଓ ବାହାର ଖାଦ୍ୟ ଅଧିକ ଖାଇଥାନ୍ତି ।  ସେହିପରି ଜଙ୍କଫୁଡ୍ ସ୍ବାଦିଷ୍ଟ ଓ ସହଜରେ ଉପଲବ୍ଧ ହୋଇଥାଏ । ତେଣୁ ପିଲାମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଟିଭିରେ ଫାଷ୍ଟଫୁଡ ଓ ପ୍ରୋସେସ୍‌ଡ ଫୁଡର ଲୋଭନୀୟ ବିଜ୍ଞାପନ ପିଲାଙ୍କୁ ଆକର୍ଷିତ କରେ ।ପିଲାଙ୍କୁ ଯଦି ନିର୍ଦ୍ଧିଷ୍ଟ ସମୟରେ ଖାଇବାର ଅଭ୍ୟାସ ନ କରାଯାଏ ତେବେ ସେ ସ୍ନାକ୍ସ, ଫାଷ୍ଟଫୁଡ ଖାଇବାକୁ ଇଚ୍ଛା କରନ୍ତି । ସେହିପରି ପିଲାଙ୍କୁ ତଟକା ଫଳ,ପନିପରିବା, ଡାଲି, ଶସ୍ୟ ଜାତୀୟ ଖାଦ୍ୟ ଦେବା ଉଚିତ୍ । ବାପାମାଆ ଓ ପରିବାରର ଅନ୍ୟ ସଦସ୍ୟ ପିଲାଙ୍କ ସହ ସମୟ ବିତାନ୍ତୁ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାର ଲାଭ ବୁଝାନ୍ତୁ।

ତେଣୁ ନିୟମିତ ସମୟରେ ଖାଇବା ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ। ସେହିପରି ଖାଇବାର ଗୋଟିଏ ସମୟ ସ୍ଥିର କରନ୍ତୁ  ଆଉ ସବୁଦିନ ଠିକ ସେହି ସମୟରେ ହିଁ ଖାଆନ୍ତୁ । ପିଲାଙ୍କ ପାଇଁ ନିୟମିତ ନୂଆ ନୂଆ ଖାଦ୍ୟ ରାନ୍ଧିବାକୁ ଚେଷ୍ଟା କରନ୍ତୁ । ପନିପରିବା,ଫଳମୂଳ ଭଳି ବିଭିନ୍ନ ପୌଷ୍ଟିକ ଖାଦ୍ୟକୁ ପ୍ଲେଟରେ ଭଲ ଭାବେ ସଜାଇ ଦିଅନ୍ତୁ । ଯାହା ଫଳରେ ପିଲାମାନେ ସେହି ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରିବେ । ସ୍ନାକ୍ସ ଭାବେ ଫଳମୂଳ, ଡ୍ରାଏ ଫ୍ରୁଟ୍ସ ଓ ବାଦାମ ଲଡୁ ଖାଇବାକୁ ପିଲାମାନଙ୍କୁ ଦିଅନ୍ତୁ । ଖାଦ୍ୟ ଖାଇବା ସମୟରେ ପିଲାଙ୍କୁ ଟିଭି ଓ ମୋବାଇଲ ଦେଖିବାରୁ ଦୂରେଇ ରଖନ୍ତୁ । ଏହାଦ୍ବାରା ସେମାନେ ଏହି ଖରାପ ଅଭ୍ୟାସରୁ ଦୂରେଇ ରହିବେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.