ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ଲୋକ ମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ରେଳବାଇ ନେଇଥିବା ଏକ ନିଷ୍ପତ୍ତି ଯୋଗୁଁ ଏସି କୋଚରେ ଯାତ୍ରା କରୁଥିବା ଲୋକ ପରିଷ୍କାର ଏବଂ ଉନ୍ନତମାନର ବେଡରୋଲ୍ ପାଇପାରିବେ। ରେଳବାଇକୁ ବାରମ୍ବାର ଅଭିଯୋଗ ମିଳିବା ପରେ ରେଳବାଇ ବୋର୍ଡ ଉଚ୍ଚମାନର ତକିଆ କଭରସିଟ୍ ଏବଂ କମ୍ବଳ କିଣିବାକୁ ନିଷ୍ପତ୍ତି ନେଇଛି।   ପ୍ରାରମ୍ଭିକ ସ୍ତରରେ ରାଜସ୍ଥାନରୁ ଚାଲୁଥିବା କିଛି ପ୍ରମୁଖ ଟ୍ରେନରେ ଏହାର ପରୀକ୍ଷା କରାଯିବ।  ଯଦି ଏହି ପରୀକ୍ଷଣ ସଫଳ ହୁଏତେବେଯାତ୍ରୀମାନେ ଆଗାମୀ ସମୟରେ ଭାରତରେ ଚାଲୁଥିବା ସମସ୍ତ ଟ୍ରେନରେ ଉନ୍ନତମାନର ପରିଷ୍କାର ବେଡରୋଲ୍ ପାଇପାରିବେ |

ପ୍ରତିଦିନ ଶହ ଶହ ଟ୍ରେନରେ ଲକ୍ଷ ଲକ୍ଷ ଲୋକ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି।  ଟ୍ରେନର ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ତକିଆତକିଆ କଭରଘୋଡାଇବା ଏବଂ ବିଛେଇବା ପାଇଁ ଦୁଇଟି ବେଡସିଟ୍ ଏବଂ କମ୍ବଳ ଦିଆଯାଇଥାଏ। ରେଳବାଇ ପ୍ରତିଦିନ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ଠାରୁ ସ୍ୱଚ୍ଛତାମଇଳାଟ୍ରେନ୍ ବିଳମ୍ବରେ ଚାଲୁଥିବା ନେଇ  ଅନେକ ପ୍ରକାରର ଅଭିଯୋଗ ଗ୍ରହଣ କରିଥାଏ। କିନ୍ତୁ ବେଡରୋଲ୍ କୁ ନେଇ ସବୁଠାରୁ ଅଧିକ ଅଭିଯୋଗ ଆସିଥାଏ।

ତେବେ ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ଦ୍ୱାରା ବେଡରୋଲର ଗୁଣବତ୍ତା ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଥିଲା।  କମିଟିଠାରୁ ରିପୋର୍ଟ ପାଇବା ପରେ ରେଳବାଇ ବୋର୍ଡ ଉଚ୍ଚମାନର ଲାଇଲନ୍ ବେଡରୋଲ୍ କ୍ରୟ କରିବାକୁ ନିଷ୍ପତ୍ତି ଦେଇଛି। ଉଚ୍ଚମାନର ଲାଇଲନ୍ ବେଡରୋଲର ରକ୍ଷଣାବେକ୍ଷଣ ମଧ୍ୟ ରେଳବାଇକୁ ସହଜ ଏବଂ ଶସ୍ତା ପଡିବ।

ଉତ୍ତର ପଶ୍ଚିମ ରେଳବାଇର ଲୋକସମ୍ପର୍କ ଅଧିକାରୀ ଶଶିକରଣ କହିଛନ୍ତି ଯେ ଉନ୍ନତମାନର ବେଡରୋଲ କିଣିବା ପାଇଁ ରେଳ ବୋର୍ଡରୁ ନିର୍ଦ୍ଦେଶ ଗ୍ରହଣ କରାଯାଇଛି। ଏହି ନିର୍ଦ୍ଦେଶରେ ନୁଆ କମ୍ବଳବେଡସିଟ୍ତକିଆ କଭରତକିଆ ଇତ୍ୟାଦି କିଣିବା ପାଇଁ ବରାଦ ରହିଛି।  ରାଜଧାନୀହମସଫର ଏବଂ ଗରିବରଥ ଭଳି ପ୍ରମୁଖ ଟ୍ରେନରେ ଏହି ବେଡରୋଲ ଜଲଦି ଯୋଗାଇ ଦିଆଯିବ। ଏହାର ପରୀକ୍ଷା ଶୀଘ୍ର ଆରମ୍ଭ ହେବ। ପରୀକ୍ଷା ସଫଳ ହେବା ପରେ ଅନ୍ୟ ଟ୍ରେନରେ ମଧ୍ୟ ସମାନ ବେଡରୋଲ୍ ଯୋଗାଇ ଦିଆଯିବ। ବର୍ତ୍ତମାନ ଟ୍ରେନରେ ଉପଲବ୍ଧ ହେଉଥିବା ବେଡରୋଲର ଜୀବନକାଳ ଏକ ବର୍ଷ ରହିଛି। କିନ୍ତୁ ବର୍ତ୍ତମାନ କିଣିବାକୁ ଥିବା ବେଡରୋଲର ଜୀବନକାଳ ୨ ବର୍ଷ ରହିବ।

ଉତ୍ତର ପଶ୍ଚିମ ରେଳବାଇ ଅଧିନରେ ଚାଲୁଥିବା ଉଦୟପୁର ସିଟି-ଦିଲ୍ଲୀ ସରାୟ ରୋହିଲ୍ଲା, ଉଦୟପୁର ସିଟି-ମୈସୁର ଟ୍ରେନ, ଯୋଧପୁର-ତିରୁଚ୍ଚିରାପଲ୍ଲୀ, ଶ୍ରୀ ଗଙ୍ଗାନଗର- ତିରୁଚ୍ଚିରାପଲ୍ଲୀଯୋଧପୁର-ବାନ୍ଦ୍ରା ଟର୍ମିନସ, ଫିରୋଜପୁର-ରାମେଶ୍ୱରମ, ଦିଲ୍ଲୀ-ଅହମ୍ମଦାବାଦ ରାଜଧାନି ଏକ୍ସପ୍ରେସ, ହମସଫର ଭଳି କିଛି ଟ୍ରେନରେ ନୁତନ ବେଡରୋଲର ପ୍ରୟୋଗ କରାଯିବ। ଏହି ବେଡରୋଲଗୁଡିକ ଯାତ୍ରୀମାନଙ୍କୁ ପରୀକ୍ଷା ଭିତ୍ତିରେ ଦିଆଯିବ ଏବଂ ସେମାନଙ୍କ ମତ୍ତାମତ୍ତ ଉପରେ ନିରନ୍ତର ନଜର ରଖାଯିବ। ଯଦି ଯାତ୍ରୀମାନଙ୍କଠାରୁ ଭଲ ମତାମତ ମିଳିଲାତେବେ ଅନ୍ୟ ଟ୍ରେନ୍ ଗୁଡିକରେ ମଧ୍ୟ ସମାନ ପ୍ରକ୍ରିୟା ଲାଗୁ କରାଯିବ।