ନୂଆଦିଲ୍ଲୀ,୨୨/୧୦: ହ୍ୱାଉଟ୍ ହାଉସରେ ଦୀପାବଳି ପାଳିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଫୋନ୍ କରି ଦୀପାବଳି ଶୁଭେଚ୍ଛା ଦେଇଛନ୍ତି । ଦୁହିଁଙ୍କ ମଧ୍ୟରେ ଭଲ ଆଲୋଚନା ହୋଇଛି । ବାଣିଜ୍ୟିକ କାରବାର ଉପରେ ଚର୍ଚ୍ଚା ହୋଇଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ଫୋନ୍ କଲରେ ଶୁଭେଚ୍ଛାକୁ ନେଇ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ଏକାଠୀ ଛିଡା ହେବେ ବୋଲି ଏକ୍ସରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
#WATCH | Washington, DC | On the occassion of Diwali, US President Donald Trump says, "Let me extend our warmest wishes to the people of India. I just spoke to your Prime Minister today. Had a great conversation. We talked about trade... He's very interested in that. Although we… pic.twitter.com/xqQeNKnIpq
— ANI (@ANI) October 21, 2025
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୁଁ ଭାରତର ଲୋକଙ୍କୁ ଭଲ ପାଏ । ଦୁଇ ଦେଶ ମଧ୍ୟରେ କିଛି ବଡ଼ ଚୁକ୍ତି ହେବା ଉପରେ କାମ କରୁଛୁ । ମୁଁ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ରେ କଥା ହୋଇଥିଲି ଏବଂ ଆମର ବହୁତ ଭଲ ସମ୍ପର୍କ ଅଛି । ସେ ରୁଷରୁ ଅଧିକ ତେଲ କିଣିବେ ନାହିଁ । ସେ ମୋ ପରି ସେହି ଯୁଦ୍ଧର ଅନ୍ତ ଦେଖିବାକୁ ଚାହାଁନ୍ତି । ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅନ୍ତ ଦେଖିବାକୁ ଚାହାଁନ୍ତି । ସେମାନେ ରୁଷଠୁ ଅଧିକ ତେଲ କିଣିବେ ନାହିଁ । ତେଣୁ ସେମାନେ ଏହାକୁ ବହୁତ ହ୍ରାସ କରି ଚାଲିଛନ୍ତି । "
Thank you, President Trump, for your phone call and warm Diwali greetings. On this festival of lights, may our two great democracies continue to illuminate the world with hope and stand united against terrorism in all its forms.@realDonaldTrump @POTUS
— Narendra Modi (@narendramodi) October 22, 2025
ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି - ରାଷ୍ଟ୍ରପତି ଟ୍ରମ୍ପଙ୍କ ଫୋନ୍ କଲରେ ଦୀପାବଳି ଶୁଭେଚ୍ଛା ନେଇ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ''ଫୋନ କଲ୍ ଏବଂ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ । ଆଲୋକର ଏହି ପର୍ବରେ, ଆମ ଦୁଇଟି ମହାନ୍ ଗଣତନ୍ତ୍ର ବିଶ୍ୱକୁ ଆଶାରେ ଆଲୋକିତ କରିବା ଏବଂ ଆତଙ୍କବାଦ ବିରୁଦ୍ଧରେ ଏକତ୍ରିତ ହେବା ।''
ସିଜଫାୟାରର ଶ୍ରେୟ ନେଲେ- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବାର ଶ୍ରେୟ ନେଇଛନ୍ତି । ମେ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଉତ୍ତେଜନାକୁ ଅଟକାଇଥିବା ଦାବି କରିଛନ୍ତି । ହ୍ୱାଇଟ୍ ହାଉସରେ ରୋଜ ଗାର୍ଡନ କ୍ଲବ ଲଞ୍ଚ କରି ଟ୍ରମ୍ପ କହିଛନ୍ତି, ''ଗୋଟିଏ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ରୋକି ଥିଲି । ସେବେ ଦୁଇ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ଥିଲା । ୭ଟି ବିମାନ ଖସା ଯାଇଥିଲା । ଦୁଇ ଦେଶ ବଡ଼ ପରମାଣୁ ଯୁଦ୍ଧ ଦିଗରେ ବଢୁଥିଲେ । ଦୁଇ ଦେଶର ନେତାଙ୍କ ସହିତ କଥା ହୋଇଥିଲି । ଯୁଦ୍ଧ ବନ୍ଦ କର ନଚେତ୍ କୌଣସି ବାଣିଜ୍ୟିକ ଚୁକ୍ତି ହେବ ନାହିଁ ବୋଲି ଚେତାବନୀ ଦେଇଥିଲି ।''