ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାଲ୍ ବୋଝେଇ ଟ୍ରେନର ୧୦ରୁ ଅଧିକ ବଗି ଲାଇନଚ୍ୟୁତ

Published By : Anindita Ratha | July 12, 2025 2:09 PM

ବୀରମିତ୍ରପୁର,୧୨/୦୭: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦୈନିକ ବଜାର ନିକଟରେ ଲାଇନଚ୍ୟୁତ ହେଲା ମାଲ୍ ବୋଝେଇ ଟ୍ରେନ। ଟ୍ରାକରୁ ଖସିଲା ୧୦ରୁ ଅଧିକ ବଗି। ସମୁଦାୟ ୫୯ଟି ବଗି ରହିଥିବା ବେଳେ ପ୍ରାୟ ୧୦ରୁ ଅଧିକ ବଗି ଟ୍ରାକ୍ ରୁ ବାହାରି ଯାଇଥିବା ଜଣାପଡ଼ିଛି। ମାଲଗାଡିଟି ବିଶ୍ରା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡର ଚୂନ ଭଟ୍ଟା ସାଇଡିଙ୍ଗରୁ ଚୂନ ପଥର ନେଇ ଦୁର୍ଗାପୁରକୁ ଯାଉଥିବା ବେଳେ ବୀରମିତ୍ରପୁର ଡେଲି ମାର୍କେଟ ନିକଟର ଘଟିଛି ଏହି ଘଟଣା ।  ରେଲବାଇ ଅଧିକାରୀ, ବିଏସଏଲ କମ୍ପାନୀ ଅଧିକାରୀ , ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ଏହିପରି ଦୁର୍ଘଟଣା କେଉଁ କାରଣରୁ ଘଟିଳା ତାହାର ଖୋଳତାଡ ଆରମ୍ଭ କରିଛନ୍ତି ରେଳ ଅଧିକାରୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.