ନୂଆଦିଲ୍ଲୀ,୨୦।୫: ସାରା ବିଶ୍ବରେ ବଢିବାରେ ଲାଗିଛି ଏଆଇ କଣ୍ଟେଣ୍ଟ। ଏହା ଭିତରେ ଏବେ ଗୁଗୁଲ ନିଜର ଖାସ୍ ଟେକ୍ନୋଲୋଜି SynthID କୁ ଆହୁରି ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଁଞ୍ଚାଇବାର ନିଷ୍ପତ୍ତି ନେଇଛି। ଏହି ଟୁଲ୍ ସାହାଯ୍ୟରେ ୟୁଜର୍ସ ସହଜରେ ଜାଣିପାରିବେ କେଉଁ ଫଟୋ-ଭିଡିଓ, ଅଡିଓ ଅସଲି ଓ ନକଲି। କାହାକୁ ଏଆଇ ସାହାଯ୍ୟରେ ଏଡିଟ୍ କରାଯାଇଛି ତାହା ବି ଜଣାପଡି ଯିବ।

ଆଲଫାବେଟ୍‌ର ମାଲିକାନାରେ ଥିବା ଗୁଗୁଲ କହିଛି SynthID ଫିଚର ଏବେ କେବଳ ’ଜେମିନି୍ ଏଆଇ’ ଆପ୍ ପଯ୍ୟନ୍ତ ସୀମିତ ନାହିଁ। କମ୍ପାନୀ ଏହାକୁ ଖୁବ୍ ଶୀଘ୍ର ନିଜର ସର୍ଚ୍ଚ ପ୍ଲାଟଫର୍ମ ଓ କ୍ରୋମ୍ ବ୍ରାଉଜର ସହ ଯୋଡିବାକୁ ଯାଉଛି। ଗୁଗୁଲର ସିଇଓ ସୁନ୍ଦର ପିଚାଇ କାର୍ଲିଫର୍ଣ୍ଣିଆରେ ଆୟୋଜିତ କମ୍ପାନୀର ବାର୍ଷିକ ଆଇ/ଓ ଇଭେଣ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଇଣ୍ଟରନେଟ୍‌ରେ ଦୃତଗତିରେ ବଢୁଥିବା ଏଆଇ କଣ୍ଟେଣ୍ଟର ସମୟରେ ପାରଦର୍ଶିତା ବଜାୟ ରଖିବା ଖୁବ୍ ଜରୁରୀ।

ଗୁଗୁଲ SynthID କୁ ପ୍ରଥମ ଥର ୨୦୨୩ ରେ ଆଣିଥିଲା। ଏହା ଏକ ପ୍ରକାର ଇନଭିଜିଏବଲ୍ ଓ୍ବାଟରମାର୍କ, ଯାହାକି ଏଆଇ ଦ୍ବାରା ତିଆରି କରାଯାଇଥିବା କିମ୍ବା ଏଆଇ ଟୁଲ୍ସରୁ ଏଡିଟ୍ ହୋଇଥିବା କଣ୍ଟେଣ୍ଟରେ ଲୁଚି ରହିଥାଏ। ଏହି ଓ୍ବାଟରମାର୍କ ସାଧାରଣତଃ ଆଖିରେ ଦେଖାଯାଏନି, କିନ୍ତୁ ଏହାର ସାହାଯ୍ୟରେ ସିଷ୍ଟମ ଏହି ପରିଚୟ କରିପାରିବ ଯେ, କୌଣସି ଇମେଜ୍, ଭିଡିଓ କିମ୍ବା ଅଡିଓ ଏଆଇ ଦ୍ବାରା ତିଆରି କରାଯାଇ ନାହିଁ। ଗୁଗୁଲର କହିବା ଅନୁସାରେ, ଏହି ଟେକ୍ନୋଲୋଜିର ଉଦେଶ୍ୟ ଜେନେରେଟିଭ୍ ଏଆଇ ଯୁଗରେ ଭରସା ଓ ପାରଦର୍ଶିତା ବଜାୟ ରଖିଥାଏ।

ଇଭେଣ୍ଟ ବେଳେ ସୁନ୍ଦର ପିଚାଇ ଏକ ଭାଇରାଲ ଏଆଇ ଜେନେରେଟେଡ୍ ଫଟୋ ଦେଖାଇଥିଲେ, ଯେଉଁଥିରେ ସେ ନିଜେ ଏଲନ୍ ମସ୍କ, ଜେନସେନ୍ ହୁଆଙ୍ଗ୍ ଏବଂ ସାମ୍ ଅଲ୍ଟମ୍ୟାନ୍ ମ୍ୟାକଡୋନାଲ୍ଡସ୍ ଖାଉଥିବାର ନଜର ଆସୁଛନ୍ତି। ପିଚାଇ ମଜାଳିଆ ଅନ୍ଦାଜରେ କହିଥିଲେ, ଏହି ଫଟୋ ସମ୍ପୂର୍ଣ୍ଣ ଭାବରେ ନକଲି। କାରଣ ସେ ‘ହାମବର୍ଗର’ ଖାଆନ୍ତି ନାହିଁ। କାରଣ ସେ ଏହା ମଧ୍ୟ ମାନିଛନ୍ତି ଯେ, ପ୍ରତି ବ୍ୟକ୍ତି ପାଇଁ ଏଆଇ ଓ ଏହାର ଫଟୋରେ ଫରକ୍ ବୁଝିବା ସହଜ ନୁହେଁ। ଏଭଳି ସ୍ଥିତିରେSynthIDଭଳି ଟୁଲ୍ସ ଖୁବ୍ ଲାଭଦାୟକ ହୋଇପାରେ।

ଗୁଗୁଲ ଏହା ମଧ୍ୟ ସ୍ପଷ୍ଟ କରିଛି କେବଳ ଗୋଟିଏ କମ୍ପାନୀର ସ୍ତର ଉପରେ ଏହି ଟେକ୍ନୋଲୋଜିର ବ୍ୟବହାର ଯଥେଷ୍ଟ ହେବନି। ଏହାକୁ ପ୍ରଭାବଶାଳୀ କରିବା ପାଇଁ ଦ୍ବିତୀୟ ଏଆଇ କମ୍ପାନୀ ସହ ଆସିବା ମଧ୍ୟ ଜରୁରୀ। ପିଚାଇଙ୍କ କହିବା ଅନୁସାରେ, ଓପନ ଏଆଇ, କାକୋ ଓ ଏଲଭେନ୍ ଲାବସ୍ ଭଳି କମ୍ପାନୀ ବି ଏବେSynthIDଷ୍ଟାଣ୍ଡାର୍ଡକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସେଭଳି Nvidia ପୂର୍ବରୁ ହିଁ ଏହି ପ୍ରସଙ୍ଗ ସହିତ ଜଡିତ ରହିଛି। ଗୁଗୁଲ ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୧୦୦ ବିଲିୟନରୁ ଅଧିକ ଫଟୋ, ଭିଡିଓ ଓ ଅଡିଓ ଫାଇଲରେ SynthID ଓ୍ବାଟରମାର୍କ ଲଗାଯାଇ ସାରିଛି। କମ୍ପାନୀର କହିବା ଅନୁସାରେ, ଆଗାମୀ ସମୟରେ ଏଆଇ କଣ୍ଟେଣ୍ଟର ଚିହ୍ନଟ କରିବା ପାଇଁ ଏହି ଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡାର୍ଡ ହୋଇପାରେ।

ଆହୁରି ପଢନ୍ତୁ :Pinaka Mark-I: ବିଦେଶରେ ଶକ୍ତି ଦେଖାଇବ ଘାତକ 'ପିନାକା' ରକେଟ୍, ଆର୍ମେନିଆ ମାଟିରେ ପ୍ରସ୍ତୁତ କରିବ DRDO