ଗୋପାଳପୁର ୬/୮ : ଗୋପାଳପୁର କଲେଜରେ ୪୩ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ କଲେଜ ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଉପ ଆଞ୍ଚଳିକ ଉପ ନିର୍ଦେଶକ  ଡଃ କୁଳମଣି ଓଝା ଯୋଗ ଦେଇ ଛାତ୍ର,ଛାତ୍ରୀ ମାନେ କିପରି ଭଲ ମଣିଷ ହେବେ ତାହାରି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧ୍ୟାପକ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଗୋପାଳପୁର କଲେଜର ପୂର୍ବତନ ଅଧକ୍ଷ ଏସ.ରାମା ରାଓ ,ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚୁ ବେହେରା ,କଲେଜ ପ୍ରଶାସନିକ ଅଧିକାରୀ ମନୋଜ କୁମାର ପଟନାୟକ, ଡ଼.ରାମ ପ୍ରସାଦ ଜେନା ସଭା ପରିଚାଳନା କରିଥିଲେ । କଲେଜ ସମ୍ପାଦକ ଉମା କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧକ୍ଷ ରମାକାନ୍ତ ଚୌଧୁରୀ ସମେତ ନିମନ୍ତ୍ରିତ ଅତିଥି, ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ଥିଲେ।