କଟକ,୨୬/୦୭: ଲଗାଣ ବର୍ଷା ଓ  ଏଥିଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କାକୁ ନେଇ ଶନିବାର କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ୍‌ କରାଯାଇଛି । ପ୍ରବଳ ବର୍ଷା ଆଶଙ୍କା କରି ସ୍ୱତନ୍ତ୍ର ରିଲିଫ୍‌ କମିସନର ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । 

କଟକ  ଜିଲ୍ଲାରେ ଶୁକ୍ରବାର ମଧ୍ୟରାତ୍ରିରୁ  ଶନିବାର ଦିନ ୧୦ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା  ରହିଥିବାରୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ  ଭାଉସାହେବ ଶିନ୍ଦେ ଶନିବାର ସରକାରୀ ଛୁଟି  ବାତିଲ୍‌ କରିଛନ୍ତି । ଜରୁରିକାଳୀନ ପରିସ୍ଥିତିକୁ  ଦୃଷ୍ଟିରେ ରଖି କଟକ ଜିଲ୍ଲାର  ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ  କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଛନ୍ତି । ଏହାର ଖିଲାପ କଲେ  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି କୁହାଯାଇଛି । 

ଅନ୍ୟପକ୍ଷରେ ହୀରାକୁଦ  ଗେଟ୍‌ ଖୋଲାଯିବା ପରେ ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୪ ଲକ୍ଷରୁ ଅଧିକ ଘନଫୁଟ୍‌ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।