ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଅଘଟଣ ପରେ ଆକ୍ସନ ମୋଡରେ ସରକାର; IAS ଓ IPS ସ୍ତରରେ ଅଦଳବଦଳ, ଅଭିଜ୍ଞ ଅଧିକାରୀଙ୍କୁ ପୁରୀ ଡାକରା

Published By : Manash Sahoo | June 29, 2025 8:22 PM

ଭୁବନେଶ୍ବ,ର ୨୯/୦୬: ରଥଯାତ୍ରା ଅଘଟଣ ପରେ ଚେତିଲେ ରାଜ୍ୟ ସରକାର । ଶରଧାବାଲି ଦଳାଚକଟା ପରେ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସେ ବଡ଼ ପଦକ୍ଷେପ ନେଇ ଆଇଏଏସ ଓ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି  । ରଥଯାତ୍ରା ପରିଚାଳନା ପାଇଁ ଅଭିଜ୍ଞ ଅଧିକାରୀମାନଙ୍କୁ ଗୁରୁଦାୟିତ୍ବ ମିଳିଛି । ଏହି କ୍ରମେରେ ବରିଷ୍ଠ ଆଇଏଏସ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ସେ ନିଯୁକ୍ତ ପାଇଛନ୍ତି । ଏଥି ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଇଡକୋର ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ବରିଷ୍ଠ ଆଇଏଏସ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ପୁରୀ ଡକରା ଯାଇଛିରଥଯାତ୍ରା ପରିଚାଳନ ଦାୟିତ୍ବ ତାଙ୍କ ହାତରେ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ସହ ଏହି ଦାୟିତ୍ବ ମଧ୍ଯ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । ସେହିଭଳି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ୍ ପରିଚଳନା ଦାୟିତ୍ବ ମିଳିଛି । ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହେବା ଯାଏ ଏହି ବରିଷ୍ଠ ଆଇପିଏସ ଅଧିକାରୀ ପୁଲିସ୍ ପରିଚାଳନା ଦାୟିତ୍ବ ତୁଲାଇବେ । ଶରଧାବାଲି ଅଘଟଣ ପରେ ତାଙ୍କୁ ପୁରୀ ଡକରା ଯାଇଛି । 

ଏହାଛଡ଼ା ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ପରେ ଆଇଏଏସ ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସ୍ଥାନରେ ଦାୟିତ୍ବ ତୁଲାଇବେ । ଚଞ୍ଚଳ ରଣା ପ୍ରଥମେ ପୁରୀରେ ପହଞ୍ଚି ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଥିଲେ । ମହାପ୍ରଭୁଙ୍କୁ ଇଚ୍ଛାରେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲି ବୋଲି ସେ କହିଛନ୍ତି । ରଥଯାତ୍ରା କିପରି ସୁରୁଖୁରୁରେ ଶେଷ ହେବ ସେନେଇ ସମସ୍ତ ସହଯୋଗ ଲୋଡ଼ିଛନ୍ତି ନୂଆ ଜିଲ୍ଲାପାଳ । ସେହିପରି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରଦ୍ଧାଳୁଙ୍କ ନିବେଦନ କରିଛନ୍ତି ପିନକ ମିଶ୍ର । ସେ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରାରେ ପୁଲିସକୁ ସହଯୋଗ କରନ୍ତୁ । ଧୈର୍ଯ୍ୟ ସହ ଠାକୁରଙ୍କୁ ଦର୍ଶନ କରନ୍ତୁ । କାଲିଆ ସାଆନ୍ତଙ୍କ ନିକଟରେ ପ୍ରାର୍ଥନା କରି, ନିଜର ଛୋଟ ଅଭିଜ୍ଞତାକୁ ନେଇ କାମ କରିବେ ବୋଲି ଆଇପିଏସ ପିନାକ ମିଶ୍ର କହିଛନ୍ତି ।

ସେପଟେ ଶରଧାବାଲି ଅଘଟଣ ପରେ ଆଇଏଏସ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ନୂଆ ଦାୟିତ୍ବ ମିଳିଛି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ଚଞ୍ଚଲ ରଣା ପୁରୀ ଜିଲ୍ଲାପାଳ ହୋଇଛନ୍ତି । ସେହିପରି ପୁରୀ ଏସପି ବିନିତ୍ ଅଗ୍ରଓ୍ବାଲଙ୍କ ସ୍ଥାନରେ ପିନକ ମିଶ୍ର ଏସପ ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.