ଭୁବନେଶ୍ୱର,୩୧/୧୨: ଗ୍ରୁପ୍-ଏରୁ ନେଇ ଗ୍ରୁପ୍-ଡି ଯାଏ ସବୁ ଶ୍ରେଣୀର କର୍ମଚାରୀ ଆସନ୍ତା ଜାନୁୟାରୀ ୩୧ ତାରିଖ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦିଅନ୍ତୁ । ଜାନୁୟାରୀ ୧ ସୁଦ୍ଧା ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଦାଖଲ କରନ୍ତୁ । ସବୁ ସରକାରୀ କର୍ମଚାରୀଙ୍କ ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି । ସମ୍ପତ୍ତି ତାଲିକା ଦାଖଲ ନ କଲେ ପଦୋନ୍ନତି ମିଳିବନି ବୋଲି ସଫା ସଫା ଶୁଣାଇ ଦେଇଛି ସାଧାରଣ ପ୍ରଶାସନ ବିଭାଗ । ଏ ସମ୍ପର୍କିତ ନିର୍ଦ୍ଦେଶନାମାକୁ ସବୁ ବିଭାଗ, ବିଭାଗୀୟ ମୁଖ୍ୟ, ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ପାଖକୁ ପଠାଯାଇଛି । ସମ୍ପତ୍ତି ତାଲିକା କେବଳ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଦାଖଲ ହେବ । ଏହାର ହାର୍ଡକପି ଅଫିସ୍ରେ ଗ୍ରହଣ କରାଯିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।