ବ୍ରହ୍ମପୁର, ୨୩।୧୦ :  ସମ୍ଭାବ୍ୟ ବାତ୍ୟା ଓ  ବର୍ଷାକୁ ନେଇ ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି। ଏଥିରେ  ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ବାତ୍ୟା ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବାତ୍ୟା   ମୁକାବିଲା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିଛୁ।  ତଳିଆ ଅଂଚଳ ଲୋକଙ୍କୁ ପକ୍କା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।  କୌଣସି ଜନ ସାଧାରଣ ଭୟଭୀତ ନହେବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।