ନୂଆଦିଲ୍ଲୀ, ୫/୯ : ହ୍ଵାଟସ୍ଆପ୍ ଅପଡେଟ୍ କଲେଣି କି ନାହିଁ ? ଯଦି କରିନାହାଁନ୍ତି ତାହେଲେ ଆପଣଙ୍କ ପାଇଁ ବଡ଼ ଖବର। ହ୍ୟାକ୍ ହୋଇଯିବ ଆକାଉଣ୍ଟ। ଚେତାବନୀ ଦେଲେ ସରକାର। ତୁରନ୍ତ ଅପଡେଟ୍ କରିନିଅନ୍ତୁ, ନକଲେ ହଇରାଣରେ ପଡ଼ିବେ। ତେବେ ଅଚାନକ ହ୍ଵାଟସ୍ଆପ୍କୁ ନେଇ ହଠାତ୍ ଏମିତି କଣ ଗଡ଼ବଡ଼ ହୋଇଗଲା, କାହିଁକି ସରକାର ଏଭଳି ତରବରିଆ ଗାଇଡଲାଇନ୍ ଜାରି କଲେ ? ପଢନ୍ତୁ ଏହି ଖବର...
ହ୍ଵାଟସଆପ୍ର ଆଇଓଏସ୍ ଓ ମାକ୍ଓଏସ୍ ଭର୍ସନରେ ଏକ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ଏହି ତ୍ରୁଟି ଲିଙ୍କଡ୍ ଡିଭାଇସ୍ ହ୍ୟାଣ୍ଡେଲିଂ ସହ ଜଡ଼ିତ ରହିଛି। ହ୍ୟାକର୍ମାନେ ଏହି ଦୁର୍ବଳତାର ଫାଇଦା ଉଠାଇ ୟୁଜରଙ୍କୁ ଫେକ୍ କିମ୍ଵା ମାଲିସିଅସ୍ ଲିଙ୍କରେ କ୍ଲିକ୍ କରାଇ ତାଙ୍କର ପ୍ରାଇଭେଟ୍ ଚାଟ୍ ଓ ସମ୍ଵେଦନଶୀଳ ତଥ୍ୟ ଲିକ୍ କରିଦେବେ। ତେଣୁ ଭାରତ ସରକାରଙ୍କ ସାଇବର୍ ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ହ୍ଵାଟସଆପ୍ ୟୁଜରଙ୍କ ପାଇଁ ହାଇ-ରିସ୍କ ସିକ୍ୟୁରିଟି ମାର୍ଗଦର୍ଶିକା ଜାରି କରିଛି। ଯଦି ଆପ୍କୁ ଅପଡେଟ୍ କରାନଯାଏ ତାହେଲେ ୟୁଜରଙ୍କ ଡାଟା ହ୍ୟାକ୍ ହୋଇପାରେ ବୋଲି ଏଜେନ୍ସି ସଫା ସଫା କହିଛି।
ଏହି ୩ଟି ଭର୍ସନ ଉପରେ ସାଇବର୍ ଆଟାକ୍ର ଭୟ ରହୁଛି
WhatsApp for iOS 2.25.21.73 ଠାରୁ ପୁରୁଣା
WhatsApp Business for iOS 2.25.21.78 ଠାରୁ ପୁରୁଣା
WhatsApp for Mac 2.25.21.78 ଠାରୁ ପୁରୁଣା
ଏହି ଭର୍ସନର ହ୍ଵାଟସଆପ୍ ୟୁଜର ତୁରନ୍ତ ସେମାନଙ୍କ ହ୍ଵାଟସ୍ଆପ୍ ଅପଡେଟ୍ କରିନେବାକୁ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଗାଇଡ୍ଲାଇନ୍ ଜାରି କରିଛି। ସେହିପରି ହ୍ଵାଟସ୍ଆପ୍ ୟୁଜରଙ୍କୁ ଡବଲ୍ ଆଟାକ୍ର ଭୟ ରହୁଛି। ହ୍ୟାକର୍ସଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜଲଦି ଜଲଦି ଲ୍ୟାଟେଷ୍ଟ ଭର୍ସନ ଅପଡେଟ୍ କରିଦିଅନ୍ତୁ। କୌଣସି ପ୍ରକାରର ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ଅଜଣା ମେସେଜ୍ କିମ୍ଵା ୟୁଆରଏଲ୍ ଉପରେ କ୍ଲିକ୍ କରନ୍ତୁ ନାହିଁ।
ହ୍ଵାଟସଆପ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ସାଧାରଣତଃ ୟୁଜରଙ୍କ ସୁରକ୍ଷା ସମ୍ପର୍କିତ କୌଣସି ସମସ୍ୟା ହେଲେ କମ୍ପାନୀ ପକ୍ଷରୁ ତୁରନ୍ତ ଏହାର ସମାଧାନ କରିଦିଆଯାଏ। ହ୍ଵାଟସ୍ଆପ୍ ଭାରତର କୋଟି କୋଟି ୟୁଜରଙ୍କ ପ୍ରଥମ ପସନ୍ଦ। ଏହି ସମସ୍ୟା ସାମ୍ନାକୁ ଆସିବା ପରେ ମେସେଜିଂ ଆପ୍ର ୟୁଜରଙ୍କୁ ପ୍ରଭାବିତ କରିପାରେ। ତେଣୁ ସରକାରଙ୍କ ଚେତାବନୀକୁ ହାଲୁକାରେ ନିଅନ୍ତୁ ନାହିଁ, ନହେଲେ ଆପଣଙ୍କ ପର୍ସନାଲ୍ ଚାଟ୍ ଓ ଡାଟା ଭାଇରାଲ୍ ହୋଇଯିବ।