ପ୍ରମୂଖ ଖବର
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଭାରତ ସରକାରଙ୍କ "ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ", କଳାହାଣ୍ଡିର ୪୨୪ ଆଦିବାସୀ ଅଧ୍ୟୁଷିତ ଗାଁ ସାମିଲ

Published By : Harapriya Sethi | June 12, 2025 7:50 AM

ଭବାନୀପାଟଣା,୧୨/୦୬: ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଫ୍ଲାଗ ସିପ ଯୋଜନା "ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ"ରେ ଦେଶର ୫ହଜାର ଆଦିବାସୀ ବହୁଳ ଗାଁକୁ ସାମିଲ୍ କରାଯାଇଛି । ଏହି ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪୨୪ଟି ଆଦିବାସୀ ଅଧ୍ୟୁଷିତ ଗାଁ ସାମିଲ ହୋଇଥିବା ନେଇ ବୁଧବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଆଇଟିଡିଏ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସୂଚନା ଦେଇଛନ୍ତି। 

ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା, ଥୁଆମୂଳ ରାମପୁର, ନର୍ଲା, ଧର୍ମଗଡ, ଗୋଳାମୁଣ୍ଡା, ଜୟପାଟଣା, ଜୁନାଗଡ, କଲମପୁର, କର୍ଲାମୁଣ୍ଡା, କେସିଙ୍ଗା, କୋକସରା, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ବ୍ଲକର ୪୨୪ଟି ଆଦିବାସୀ ବହୁଳ ଗ୍ରାମରେ ଆରମ୍ଭ କରାଯାଇଛି । ଏହି ଗାଁମାନଙ୍କ ମଧ୍ୟରୁ ଭବାନୀପାଟଣା ବ୍ଲକରେ ୨୫ ଟି ଗାଁ, ଥୁଆମୂଳ ରାମପୁର ବ୍ଲକରେ ୧୬୯ଟି ଗାଁ, ନର୍ଲା ବ୍ଲକରେ ୧୫ ଟି ଗାଁ, ଧର୍ମଗଡ ବ୍ଳକରେ ୫ ଟି ଗାଁ, ଗୋଳାମୁଣ୍ଡା ବ୍ଲକରେ ୪ଟି ଗାଁ, ଜୟପାଟଣା ବ୍ଲକରେ ୩୨ଟି ଗାଁ, ଜୁନାଗଡ ବ୍ଲକରେ ୧୪ଟି ଗାଁ, କଲମପୁର ବ୍ଲକରେ ୦୪ ଟି ଗାଁ, କର୍ଲାମୁଣ୍ଡା ବ୍ଲକରେ ୦୩ ଟି ଗାଁ, କେସିଙ୍ଗା ବ୍ଲକରେ ୧୩ଟି ଗାଁ, କୋକସରା ବ୍ଲକରେ ୧୮ଟି ଗାଁ, ଲାଞ୍ଜିଗଡ଼ ବ୍ଲକରେ ୮ଟି ଗାଁ ଓ ମଦନପୁର ରାମପୁର ବ୍ଲକରେ ୧୧୪ ଟି ଗାଁ ଅନ୍ତର୍ଭୁକ୍ତ ହୋଇଛି । 

ଏହି ଗ୍ରାମ ମାନଙ୍କରେ ୧୩ ଟି ବିଭାଗ ଓ ୧୭ ଟି ମନ୍ତ୍ରଣାଳୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାର ସଫଳ ରୂପାୟନ ପାଇଁ ଆସନ୍ତା ୧୨ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ୪୨୪ଟି ଆଦିବାସୀବହୁଳ ଗାଁ ମାନଙ୍କରେ ଧରତୀ ଆବା ଜନ ଭାଗିଦାରୀ ଅଭିଯାନ ଆରମ୍ଭ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ସୁଫଳ ପାଇବାରୁ ବଞ୍ଚିତ ଥ‌ିବା ବ୍ୟକ୍ତି ବିଶେଷ ମାନଙ୍କୁ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ସମ୍ପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯିବ। ତେଣୁ ଉକ୍ତ ସଚେତେନତା ଏବଂ ହିତାଧିକାରୀ ପରିପୂର୍ଣ୍ଣତା ଶିବିରରେ ସର୍ବସାଧାରଣ ଯୋଗଦେଇ ସରକାରଙ୍କର ସମସ୍ତ ଯୋଜନାରେ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ। "ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ"ରେ ସରକାରୀ ଯୋଜନାମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ। ଧରତୀ ଆବା ପ୍ରୋଗ୍ରାମ୍‌ର ନୋଡାଲ୍ ଅଧିକାରୀ ଭାବେ ଆଇଟିଡିଏ ତଥା ଜିଲ୍ଲାରେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ନୋଡାଲ ଅଧିକାରୀ ପ୍ରଦ୍ୟୁମ୍ନ ଦାସଙ୍କୁ ଏହି କ୍ୟାମ୍ପେନର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିଯୁକ୍ତ କରାଯାଇଛି। 

ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଅନୁମୋଦନ ଉପରେ ସେ କହିଥିଲେ। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଳକ ଓ ବାଳିକା ଛାତ୍ରାବାସ, ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ଏବଂ ଏହି ପ୍ରକଳ୍ପଗୁଡିକ ପାଇଁ ମୋଟ ୩ କୋଟି ଟଙ୍କା ଅନୁମୋଦିତ ହୋଇଛି  ବୋଲି ସୂଚନା ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.