ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କଲେ ଶିକ୍ଷୟିତ୍ରୀ, ଗଳାକାଟି ହତ୍ୟା କଲା ଯୁବକ

Image Courtesy: indiatoday

ନୂଆଦିଲ୍ଲୀ: ଏକତରଫା ପ୍ରେମର କରୁଣ ପରିଣତି । ବିବାହ କରିବାକୁ ମନା କରିବାରୁ ପ୍ରେମିକ ନେଲା ଚରମ ନିଷ୍ପତ୍ତି । ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କ ଗଳା କାଟି ହତ୍ୟା କଲା ବଦମାସ୍‌ ରୋମିଓ । ତାମିଲନାଡୁର ତଂଜାଓ୍ବରରେ ଥିବା ଏକ ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛି ୩୦ ବର୍ଷୀୟ ଯୁବକ । ମିଳିଥିବା ସୂଚନା ଅନୁସାରେ, ଶିକ୍ଷୟିତ୍ରୀଙ୍କୁ ଯୁବକ ଜଣକ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ତାର ନିବେଦନକୁ ସେ ଅସ୍ବୀକାର କରିଥିଲେ । 

ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିସରରେ ହିଁ ଗଳାକାଟି ହତ୍ୟା କରିଛି  ଅଭିଯୁକ୍ତ ।  ସେପଟେ ପୋଲିସ ଅଭିଯୁକ୍ତ ମଦନକୁ ଗିରଫ କରିଛି । ବ୍ୟକ୍ତିଗତ କାରଣ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ କହିଛି ।  ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶିକ୍ଷୟିତ୍ରୀ ରମାଣୀ ଏବଂ ମଦନର ପରିବାର ଦୁହିଁଙ୍କ ବିବାହ ପାଇଁ ଆଲୋଚନା କରିଥିଲେ । କିନ୍ତୁ ରମାଣୀ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । 

ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ନିରାଶ ହୋଇ ମଦନ ସ୍କୁଲ ଯାଇ ରମାଣୀଙ୍କ ଉପରେ ଆକ୍ରମଣ କରିଥିଲା । ଧାରୁଆ ଅସ୍ତ୍ରରେ ରମାଣୀଙ୍କ ଗଳାକୁ କାଟି ଦେଇଥିଲା ମଦନ । ଫଳରେ ଘଟରାସ୍ଥଳରେ ହିଁ ଜୀବନ ହରାଇଥିଲେ ରମାଣୀ । ସେପଟେ ମଲ୍ଲୀପଟନମ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି ଶିକ୍ଷା ମନ୍ତ୍ରୀ । ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ମନ୍ତ୍ରୀ ଶୋକସନ୍ତପ୍ତ ପରିବାର ଏବଂ ଛାତ୍ରଛାତ୍ରୀଙ୍କୁ ସମବେଦନା ଜଣାଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.