ମୁମ୍ବାଇ,୨୦/୧୨: ବଲିଉଡ଼ର ଜଣାଶୁଣା ଅଭିନେତା ମଧ୍ୟରୁ ଅନ୍ୟତମ  ଗୋବିନ୍ଦା । ନିଜର ଅଭିନୟ ଯୋଗୁଁ ଅନେକ ପ୍ରଶଂସକଙ୍କ ହୃଦୟରେ କରୁଛନ୍ତି ରାଜ । ସେ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ପୁଅ ଯଶବର୍ଦ୍ଧନ ଅହୁଜା ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । 

ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ସାଇ ରାଜେଶଙ୍କ ଆଗାମୀ ଫିଲ୍ମରେ ଯଶବର୍ଦ୍ଧନ ଅହୁଜା ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମଟି ସ୍ୱତନ୍ତ୍ର ପ୍ରେମ କାହାଣୀ ଉପରେ ଆଧାରିତ ହେବ । ତେବେ ଯଶବର୍ଦ୍ଧନ ଏହି ଭୂମିକା ପାଇଁ ଅଡିସନ ଦେଇଥିଲେ। ଏହି ଚଳଚ୍ଚିତ୍ରଟି ସାଇ ରାଜେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଥିବା ବେଳେ ମଧୁ ମଣ୍ଟେନା, ଅଲୁ ଅରବିନ୍ଦ ଏବଂ ଏସକେଏନ୍ ଫିଲ୍ମ ଦ୍ୱାରା ନିର୍ମିତ ହେବ। ନିର୍ମାତାମାନେ ଏକ ନୂଆ ଯୋଡି଼ ଲଞ୍ଚ କରିବାକୁ ଚାହୁଁଥିବାରୁ ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜା ତାଲିଥିବା ଖବର ରହିଛି। ସାଇ ରାଜେଶ ଏବଂ ନିର୍ମାତାମାନେ ଏହି ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ସଂଗୀତ ଆଲବମ୍ ପ୍ରସ୍ତୁତ କରିବା କାର୍ଯ୍ୟ କରୁଛନ୍ତି। ବଡ଼ ପରଦାରେ ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଅହୁଜାଙ୍କୁ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।