ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପୁଣି ୩୫ ଔଷଧକୁ ବ୍ୟାନ୍ କଲେ ଭାରତ ସରକାର, ଶରୀର ପାଇଁ କ୍ଷତିକାରଣ ପ୍ରମାଣିତ ହେବା ପରେ ଏଭଳି ନିଷ୍ପତ୍ତି

Published By : Swapna Ray | April 18, 2025 3:32 PM

ନୂଆଦିଲ୍ଲୀ, ୧୮।୪: ଭାରତରେ ସରକାର ୩୫ ପ୍ରକାର ଫିକ୍ସଡ୍–ଡୋଜ୍ କମ୍ବିନେଶନ୍ (ଏଫ୍‌ଡିସି) ମେଡିସିନ ଉପରେ ରୋକ୍ ଲଗାଇଛନ୍ତି । ଶରୀର ପାଇଁ କ୍ଷତିକାରଣ ପ୍ରମାଣିତ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଔଷଧ ତିଆରି ଏବଂ ବିକ୍ରି ଉପରେ ସରକାରଙ୍କ ପକ୍ଷରୁ ଲଗାଯାଇଛି କଟକଣା । ଏହି ୩୫ ପ୍ରକାର ଔଷଧରେ ପେନକିଲର୍, ଆଣ୍ଟି-ଡିପ୍ରେଶନ୍ ମେଡିସିନ୍, ନ୍ୟୁଟ୍ରିଶନ୍ ସପ୍ଲିମେଣ୍ଟ ସାମିଲ । ଏଫଡିସି ଔଷଧ ତିଆରି ଏବଂ ବିକ୍ରି ଉପରେ ସରକାରଙ୍କ ପକ୍ଷରୁ ଲାଗିଛି କଟକଣା । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ । ଏ ସମସ୍ତ ଔଷଧ ଉପରେ କଟକଣା ଲାଗୁ ହେବା ପରେ ଏହାର ବିକଳ୍ପ ଔଷଧର ଦାମ୍ ବଢ଼ିବା ନେଇ ଚିନ୍ତା ପ୍ରକଟ କରାଯାଇଛି । 

ଏହି ୩୫ ପ୍ରକାର ଔଷଧକୁ ବିନା ଟ୍ରାଏଲରେ ବିକ୍ରି କରାଯିବା କାରଣରୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି । ଏନେଇ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଯାଇଛି । ଏନେଇ ୨୦୨୪ ଏପ୍ରିଲ ୧୧ରେ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍ (ସିଡିଏସସିଓ) ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ବିନା ପରୀକ୍ଷଣରେ ଏହି ଔଷଧ ସବୁର ବିକ୍ରୟ ନେଇ ଶରୀର ପାଇଁ ଏହା ହାନିକାରକ ବୋଲି କେନ୍ଦ୍ର କହିଛି । ଯେଉଁ କାରଣରୁ ଏଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । 

ଫେବୃଆରୀ ୨୦୨୫ରେ ଜାରି ହୋଇଥିବା ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ନିର୍ଦ୍ଦେଶାଳୟର କହିବାନୁସାରେ, ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ, ୧୯୪୦ ଅନୁଯାୟୀ ସୁରକ୍ଷା ଏବଂ ପ୍ରଭାବର ଯାଞ୍ଚ ବିନା କିଛି ଏଫ୍‌ଡିସି ଔଷଧକୁ ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନ ପାଇଁ ଲାଇସେନ୍ସ ଦିଆଯାଇଛି । ଏହା ଜନସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି । ଏପରି ଔଷଧକୁ ଅନୁମୋଦନ କରିବା ରୋଗୀଙ୍କ ସୁରକ୍ଷାକୁ ବିପଦରେ ପକାଇଥାଏ । ବୈଜ୍ଞାନିକ ଯାଞ୍ଚର ଅଭାବ ଯୋଗୁଁ ପ୍ରତିକୂଳ ଔଷଧ ପ୍ରତିକ୍ରିୟା, ଔଷଧ ପାରସ୍ପରିକ କ୍ରିୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି ହୋଇପାରେ । ଚିଠିରେ କୁହାଯାଇଛି ଯେ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଡ୍ରଗ୍ ନିୟନ୍ତ୍ରକମାନେ ଏଫ୍‌ଡିସି ପାଇଁ ସେମାନଙ୍କର ଅନୁମୋଦନ ପ୍ରକ୍ରିୟା ସମୀକ୍ଷା କରିବା ଉଚିତ୍ ଏବଂ ଆଇନ ଏବଂ ନିୟମର ବ୍ୟବସ୍ଥାଗୁଡ଼ିକର କଡ଼ା ଅନୁପାଳନ କରିବା ଉଚିତ୍ । ଏହି ଚିଠିରେ ୩୫ଟି ପ୍ରତ୍ୟାଖ୍ୟାନ କରାଯାଇଥିବା ଏଫ୍‌ଡିସିର ଏକ ତାଲିକା ମଧ୍ୟ ରହିଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.