ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ତୁରନ୍ତ ହେବ ମାଗଣା ଚିକିତ୍ସା , ସାରା ଦେଶରେ ଲାଗୁ ହେଲା ଏହି ଯୋଜନା

Published By : Prameya | May 6, 2025 4:39 PM

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକେ ଓ ତାଙ୍କର ପରିବାର ଲୋକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ୟାସଲେସ୍‌ ଟ୍ରିଟମେଣ୍ଟ ସ୍କିମ୍‌ର ଘୋଷଣା କରିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ଗ୍ୟାଜେଟ୍‌ ବିଜ୍ଞପ୍ତି ମୁତାବିକ ଏହି ଯୋଜନା ଅନୁସାରେ, ପୀଡ଼ିତଙ୍କୁ ଦୁର୍ଘଟଣା ତାରିଖର ୭ଦିନ ସୁଦ୍ଧା କୌଣସି ବି ସ୍ୱୀକୃତି ପ୍ରାପ୍ତ ହସ୍ପିଟାଲରେ  ସର୍ବାଧିକ ୧.୫ ଲକ୍ଷ ଯାଏ କ୍ୟାସଲେସ୍‌ ଚିକିତ୍ସାର ଲାଭ ମିଳି ପାରିବ। ଏହି ଯୋଜନା ୫ ମଇ ୨୦୨୫ରୁ ଲାଗୁ ହୋଇଛି।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ମୁତାବିକ୍‌ ,କୌଣସି ବି ସଡ଼କରେ ମୋଟର ଯାନ ଦ୍ୱାରା ହୋଇଥିବା ସଡ଼କ ଦୁର୍ଘଟଣାର ଶିକାର ହେଉଥିବା କେହି ବି ବ୍ୟକ୍ତି ଏହି ଯୋଜନାର ପ୍ରାବଧାନ ଅନୁସାରେ କ୍ୟାସ୍‌ଲେସ୍‌ ଚିକିତ୍ସାର ଯୋଗ୍ୟ ହୋଇ ପାରିବେ। କହି ରଖୁଛୁ କି , ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଭାରତରେ ସଡ଼କ ଦୁର୍ଘଟଣାର ସଂଖ୍ୟା ବୃଦ୍ଧିରେ ଚିନ୍ତା ବ୍ୟକ୍ତ କରି ଏହି ଘୋଷଣା କରିଥିଲେ ଯେ , ସରକାର ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଖୁବ୍‌ ଶୀଘ୍ର ଏମିତି ଯୋଜନା ଆଣିବା ଉପରେ ବିଚାର କରୁଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ମୁତାବିକ , ଏହି ଯୋଜନାକୁ ଲାଗୁ କରିବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ ) ରାଜ୍ୟର ପୁଲିସ, ହସ୍ପିଟାଲ ଓ ରାଜ୍ୟର ସ୍ୱାସ୍ଥ୍ୟ ଏଜେନ୍ସି  ସହ ମିଶି କାମ କରିବେ। କହି ରଖୁଛି କି, ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ସେପଟେ ପାଖାପାଖି ୪ଲକ୍ଷ ଲୋକ ଗୁରୁତର ରୂପେ ଆହତ ହୋଇଥାନ୍ତି। ଏକ ରିପୋର୍ଟ ମୁତାବିତ , ଏଥିରେ ସବୁଠୁ ଅଧିକ ପ୍ରଭାବିତ ଦୁଇ ଚକିଆ ଯାନର ଚାଳକ ଓ ପଦଯାତ୍ରୀ ହୋଇଥା’ନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.