ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଡଙ୍ଗା ନବୀକରଣ ଯୋଜନାରେ ହେବ ସଂଶୋଧନ: ନୂଆ ରୂପ ନେବ ପର୍ଯ୍ୟଟନ ଡଙ୍ଗା, କାର୍ଯ୍ୟକ୍ଷମ ହେବ ହୋମ୍‌ ଷ୍ଟେ ଯୋଜନା

Published By : Prameya | April 25, 2025 11:54 AM

ଭୁବନେଶ୍ୱର,୨୫/୦୪: ରାଜ୍ୟରେ ଚାଲୁଥିବା ଡଙ୍ଗା ଗୁଡ଼ିକ ବଦଳିବ । ନୂଆ ରୂପ ନେବ ପର୍ଯ୍ୟଟନ ଡଙ୍ଗା । ବିଶେଷକରି ଚିଲିକା  ଏବଂ ଅନ୍ୟାନ୍ୟ ଜଳ ଉତ୍ସରେ ଚାଲୁଥିବା ପୁରାତନ ତଥା ପାରମ୍ପରିକ ପର୍ଯ୍ୟଟନ ଡଙ୍ଗାକୁ ଆଧୁନିକ ତଥା ପର୍ଯ୍ୟଟକଙ୍କ ନିରାପଦ ଓ  ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଳା ଯିବ ।  ଏହା ସହ ହୋମ୍‌ ଷ୍ଟେ ନୀତି କାର୍ଯ୍ୟକାରୀ ପାଇଁ ପୂର୍ବ ଯୋଜନା ଗୁଡ଼ିକ ପୁନର୍ବିଚାର  ପର୍ଯ୍ୟାୟରେ ରହିଛି । ବିଭାଗ ତରଫରୁ ସମୀକ୍ଷା ବୈଠକରେ ଏ ନେଇ ଆଲୋଚନା ହୋଇଛି ।  ବହୁ ପୂର୍ବରୁ ଯୋଜନା ହୋଇଥିଲେ ବି ଠିକଣା  ଭାବେ କାର୍ଯ୍ୟକାରୀ ହୋଇପାରିନି, ଯାହାକୁ  ଏବେ ସରକାର କାର୍ଯ୍ୟକାରୀ କରିବାକୁ ଅଣ୍ଟା  ଭିଡ଼ିଛନ୍ତି । ସେଥିପାଇଁ ନିକଟରେ ଅନୁଷ୍ଠିତ  ସ୍ୱତନ୍ତ୍ର ବିଭାଗୀୟ ବୈଠକରେ ଏ ବିଷୟରେ  ଆଲୋଚନା ହୋଇଛି ।  

ବିଭାଗ ପକ୍ଷରୁ ମିଳିଥିବା ସୂଚନା  ମୁତାବକ, ୨୦୨୧ ମସିହାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶାରେ ଫାଇବର୍‌ ଗ୍ଲାସ୍‌  ଡଙ୍ଗା (ଏଫ୍‌ଆର୍‌ପି ବୋଟ୍‌)କୁ ନବୀକରଣ  କରାଯିବାକୁ ଏକ ଯୋଜନା ହୋଇଥିଲା ।  ଚଳିତ ବର୍ଷ ଏଥିରେ ସଂଶୋଧନ କରିବାକୁ  ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୨୫- ୨୬ ବର୍ଷ ପାଇଁ ବାର୍ଷିକ ଯୋଜନାରେ ଏହାକୁ  କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ଯୋଜନା ଅଧୀନରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ  ସେମାନଙ୍କୁ ଆରାମ ଦେବା ପାଇଁ ଚିଲିକା ପରି  ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟନ ଡଙ୍ଗାର  ନବୀକରଣ କରାଯିବ । ଏହି ଯୋଜନାର ଅବଧି  ୨୦୨୦-୨୦୨୫ ପର୍ଯ୍ୟନ୍ତ ରହିଥିଲା ବେଳେ  ଏହା ଅଧୀନରେ ଉଭୟ ପଞ୍ଜୀକୃତ ତଥା  ଅଣପଞ୍ଜୀକୃତ ଡଙ୍ଗା ପରିଚାଳକଙ୍କୁ ଆଣିବା  ଲାଗି ପୁନର୍ବିଚାର କରାଯିବ ବୋଲି ବିଭାଗୀୟ  ଅଧିକାରୀ କହିଛନ୍ତି । ଅଧିକାରୀଙ୍କ କହିବା କଥା,  ଏବେ ବ୍ୟବହୃତ ଅଧିକାଂଶ ଡଙ୍ଗା ପାରମ୍ପରିକ  କାଠ ଡଙ୍ଗା । ଯାହା ଜାତୀୟ ବିପର୍ଯ୍ୟୟ  ପରିଚାଳନା ପ୍ରତିଷ୍ଠାନ ଦ୍ୱାରା ଜାରି ସୁରକ୍ଷା  ନିର୍ଦ୍ଦେଶାବଳୀ ପାଳନ କରୁନାହାନ୍ତି ବା ତା’ର  ପରିସରରେ ଆସୁନାହାନ୍ତି । ତେଣୁ ପଞ୍ଜୀକୃତ  କାଠ ଡଙ୍ଗା ଗୁଡ଼ିକୁ ଇଣ୍ଡିଆନ୍‌ ରେଜିଷ୍ଟର୍‌ କ୍ଲାସ୍‌  (ଆଇଆରସି) ଅନୁଯାୟୀ ଫାଇବର୍‌ଗ୍ଲାସ୍‌ ଡଙ୍ଗା  (ଏଫ୍‌ଆର୍‌ପି ବୋଟ୍‌)ରେ ପରିଣତ କରାଯିବ ।  ଏହା ସହିତ ଏହାର ମୂଲ୍ୟ ଉପରେ ୫୦  ପ୍ରତିଶତ ସବ୍‌ସିଡି ଯୋଗାଇ ଦିଆଯିବ । 

 ବଡ଼ କଥା ହେଲା ସର୍ବାଧିକ ପର୍ଯ୍ୟଟକ  ବୋଟ୍‌ ବା ଡଙ୍ଗା ଚାଲୁଥିବା ଚିଲିକାରେ ବୋଟ୍‌  ଓ ଡଙ୍ଗାରେ ଇଥାନଲ୍‌ ଯୁକ୍ତ ଇନ୍ଧନର ବ୍ୟବହାର  ପାଇଁ ଯୋଜନା ହୋଇଛି । ଏ ନେଇ ଉଚ୍ଚସ୍ତରୀୟ  ବୈଠକରେ ନିଷ୍ପତ୍ତି ହୋଇଛି ।  ଏହାଛଡ଼ା ରାଜ୍ୟରେ ହୋମ୍‌ ଷ୍ଟେ  ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ  ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି  ହୋଇଛି । ରାଜ୍ୟରେ ୨୦୨୧ରେ ଏହି  ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା ବେଳେ  ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନି ।  

ଏହି ଯୋଜନାରେ ବିଭିନ୍ନ ସମସ୍ୟା ହେବା ଦ୍ୱାରା  ଘର ମାଲିକମାନେ ନିର୍ଦ୍ଦେଶାବଳୀର ଉଲ୍ଲଂଘନ  କରିଥିଲେ । ଏବେ ସେଥିରେ ସଂଶୋଧନ ପୂର୍ବକ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ଘରୋଇ ଓ ଅନନ୍ୟ  ସାଂସ୍କୃତିକ ଅନୁଭୂତି ପ୍ରଦାନ ପାଇଁ ଯୋଜନାକୁ  ନବୀକରଣ କରାଯାଉଛି ଯାହାର ମୂଳ ଊଦ୍ଦେଶ୍ୟ  ପର୍ଯ୍ୟଟକଙ୍କୁ ହୋମ୍‌ ଷ୍ଟେ ମାଧ୍ୟମରେ ପୂରା  ପାରିବାରିକ ତଥା ଘରୋଇ ସୁରକ୍ଷାରେ  ସମସ୍ତ କଥା ବୁଝି ଆତିଥ୍ୟ ପରସିଦେବା । ରାଜ୍ୟ ସରକାର ଗୋଷ୍ଠୀ ବିକାଶକୁ ସର୍ବୋଚ୍ଚ  ପ୍ରାଥମିକତା ଦେଉଥିଲା ବେଳେ ଓଡ଼ିଶା ହୋମ୍‌  ଷ୍ଟେ ନୀତି ଦ୍ୱାରା ଗୋଷ୍ଠୀଭିତ୍ତିକ ପର୍ଯ୍ୟଟନକୁ ତ୍ୱରାନ୍ୱିତ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ ।  ଏହା କାର୍ଯ୍ୟକାରୀ ହେଲେ ପର୍ଯ୍ୟଟକ ଖାଣ୍ଟି  ଓଡ଼ିଆ ଆତିଥେୟତାର  ଅଭିଜ୍ଞତା ନେଇପାରିବେ ବୋଲି ଓଡ଼ିଶା ପର୍ଯ୍ୟଟନ  ବିଭାଗ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.