ନୂଆଦିଲ୍ଲୀ – ଗତ ୧ ଫେବ୍ରୁଆରୀରେ ସାଧାରଣ ବଜେଟ୍ ଅନେକ ଏମିତି ଘୋଷଣା ହୋଇଛି। ବଜେଟ୍-ଡେରେ ଏକ ପ୍ରମୁଖ ନିଷ୍ପତ୍ତି ଲଗେଜ୍ ଅର୍ଥାତ୍ ସାମଗ୍ରୀକୁ ନେଇ ହୋଇଛି। କେନ୍ଦ୍ର ସରକାର ଭାରତରେ ‘ଡ୍ୟୁଟି ଫ୍ରି’ ଇମ୍ପୋର୍ଟେଡ୍ ଗୁଡ୍ସ ଆଣିବାର ଲିମିଟ୍ ବଦଳାଇ ଦେଇଛନ୍ତି। ଡ୍ୟୁଟି ଫ୍ରି ଲଗେଜ୍‌ର ଲିମିଟ୍ ପୂର୍ବ ତୁଳନାରେ ବଢାଇ ଦିଆଯାଇଛି। ପ୍ରଥମେ ଏହା ୫୦ ,୦୦୦ ଟଙ୍କା ଥିଲା ,ଯାହାକୁ ଏବେ ବଢାଇ ୭୫ ,୦୦୦ ଟଙ୍କା କରି ଦିଆ ଯାଇଛି। ଏହାର ଅର୍ଥ ଯେ , ଏବେ ୭୫ ହଜାର ଟଙ୍କାରୁ ଅଧିକ ଜିନିଷ ଉପରେ ଡ୍ୟୁଟିି ଚାର୍ଜ ଲାଗିବ।

କହି ରଖୁଛୁ କି, ସରକାର,ବ୍ୟାଗେଜ୍ ନିୟମ, ୨୦୨୬କୁ ନୋଟିଫାଇ କରିଛନ୍ତି। ଏହି ଅନୁସାରେ , ଭାରତରେ ଭୂମିଗତ ମାର୍ଗ ବ୍ୟତୀତ କୌଣସି ବି ଅନ୍ୟ ମାର୍ଗରୁ ଆସୁଥିବା ଭାରତୀୟ ନାଗରିକଙ୍କୁ କିମ୍ୱା ଭାରତୀୟ ବଂଶୋଦ୍ଭବ ପର୍ଯ୍ୟଟକଙ୍କୁ ୭୫,୦୦୦ ଟଙ୍କା ଯାଏ ଡ୍ୟୁଟି ଫ୍ରି ଜିନିଷ ଆଣିବାକୁ ଅନୁମତି ହେବ।

ଆହୁରି ମଧ୍ୟ ପଢନ୍ତୁ : ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା : ଅଶ୍ବିନୀ ବୈଷ୍ଣବ

ନୂଆ ନିୟମ ଦୁଇ ଫେବ୍ରୁଆରୀର ମଧ୍ୟରାତ୍ରୀରୁ ପ୍ରଭାବୀ ହୋଇଯିବ ଏବଂ ଏକ ଦଶନ୍ଧି ପୁରୁଣା ଜିନିଷ ସମ୍ୱନ୍ଧୀୟ ନିୟମର ସ୍ଥାନ ନେବ। ନୂଆ ନିୟମ ଅନୁସାରେ ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟର(ଶିଶୁଙ୍କୁ ଛାଡ଼ି) ୨୫,୦୦୦ ଟଙ୍କା ଯାଏ ମୂଲ୍ୟର ଡ୍ୟୁଟ୍ ଫ୍ରି ଜିନିଷ ଆମିବାକୁ ଅନୁମତି ମିଳିବ। ପୂର୍ବରୁ ଏହା ସୀମା ନିୟମ ଅନୁସାରେ ,୧୫,୦୦୦ ଟଙ୍କା ଥିଲା। ଏହା ବ୍ୟତୀତ , ଯେଉଁ ଭାରତୀୟ ନାଗରିକ କିମ୍ୱା ଭାରତୀୟ ବଂଶୋଦ୍ଭବ ଲୋକ ବର୍ଷରୁ ଅଧିକ ସମୟ ଏହି ବିଦେଶରେ ରହୁଛନ୍ତି, ତାଙ୍କ ପାଇଁ ଗହଣା (ଜୁଏଲାରୀ)କୁ ନେଇ ଅଲଗା ନିୟମ ହୋଇଛି।

ଭାରତ ଫେରିବାରେ ମହିଳା ଯାତ୍ରୀ ୪୦ଗ୍ରାମ ପର୍ଯ୍ୟନ୍ତ ଗହଣା ବିନା ଡ୍ୟୁଟିରେ ଆଣି ପାରିବେ। ଅନ୍ୟପଟେ, ପୁରୁଷ ଯାତ୍ରୀ ( କିମ୍ୱା ମହିଳାଙ୍କ ବ୍ୟତୀତ ଅନ୍ୟମାନେ) ୨୦ ଗ୍ରାମ୍‌ ଯାଏ ଜୁଏଲାରୀ ବିନା ଡ୍ୟୁଟି ଆଣି ପାରିବେ। ଏହି ଜୁଏଲାରୀ ଯାତ୍ରୀଙ୍କ ବୈଧ ଜିନିଷର ଅଂଶ ହେବା ଉଚିତ। ଜୁଏଲାରୀ ମଧ୍ୟରେ ସୁନା, ରୁପା , ପ୍ଲାଟିନମ୍ କିମ୍ୱା ଅନ୍ୟ ଦାମୀ ଧାତୁରେ ନିର୍ମିତ ଅଳଙ୍କାର ସାମିଲ ଅଛି। ସରକାରଙ୍କ କହିବାନୁସାରେ ବ୍ୟାଗେଜ୍ ନିୟମ, ୨୦୨୬ ଆଜିକା ସମୟରେ ବଢୁଥିବା ଯାତ୍ରା ଓ ଲୋକଙ୍କ ବଦଳୁଥିବା ଆବଶ୍ୟକତାକୁ ଧ୍ୟାନରେ ରଖି ତିଆରି କରାଯାଇଛି।