ଚଳିତ ବର୍ଷ ଶ୍ରାବଣ ମାସ ୧୧ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୯ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହୋଇଛି । ଏହାସହ ଏହି ଦିନ ଶ୍ରାବଣ ପୂର୍ଣ୍ଣିମାର ସଂଯୋଗ ମଧ୍ୟ ରହିଛି । ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସ ଶେଷ ହେବା ପରେ ଗ୍ରହଙ୍କ ଏକ ବିଶେଷ ସଂଯୋଗ ହେବ । ଯାହା କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟକୁ ବଦଳାଇ ଦେବ । ଶ୍ରାବଣ ପରେ ବୁଧ ଓଲଟା ଚଳନ କରିବେ । କିଛି ଦିନ ପରେ ଜନ୍ମାଷ୍ଟମୀ ପର୍ବ ମଧ୍ୟ ପାଳନ କରାଯିବ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..
ମେଷ- ଏହି ରାଶିଙ୍କର ଶୁଭ ସମୟ ଆରମ୍ଭ ହେବ । ଉନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ । ନୂଆ ଖୁସିର ଆଗମନ ହେବ । ଅଟକି ଥିବା କାମ ପୂରଣ ହେବ । ହଠାତ୍ ଧନ ପ୍ରାପ୍ତି ହେବ ।
ସିଂହ- ନୂଆ ଖୁସି ମିଳିବ । ଭାଗ୍ୟର ସାଥ୍ ମିଳିବ । ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ଧନ ଲାଭର ମଧ୍ୟ ଯୋଗ ରହିଛି । ଚିନ୍ତା ଦୂର ହୋଇ ଶାନ୍ତି ମିଳିବ ।
କନ୍ୟା- ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ ।
ତୁଳା- କର୍ମକ୍ଷେତ୍ରରେ ଉନ୍ନତି ପାଇଁ ସୁଯୋଗ ମିଳିବ । ଉଚ୍ଚ ପଦ ମିଳିବ । ମାନ-ସମ୍ମାନ ପ୍ରାପ୍ତି ହେବ । ଭୂମି,ଜମି ସହ ଯାନ କିଣିବାର ଯୋଗ ରହିଛି । ସମସ୍ତ କାର୍ଯ୍ୟ ଓ ଯୋଜନାରେ ସଫଳତା ମିଳିବ । ଜୀବନରେ ହସଖୁସି,ସୁଖ-ସମୃଦ୍ଧିର ବୃଦ୍ଧି ହେବ ।
ଧନୁ- ଆୟରେ ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଜୀବନରେ ଶାନ୍ତି ଓ ଖୁସି ରହିବ ।