କଳାହାଣ୍ଡି,୨୫।୧ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ଅଭାବନୀୟ ଘଟଣା l  ବଡ ବାପା, ବଡ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା।  ମୃତକମାନେ ହେଲେ  ବୁଡୁ ନାଗ ଓ ତାଙ୍କ ସ୍ତ୍ରୀ। 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମର ବୁଡୁ ନାଗ ଓ ତାଙ୍କ ସ୍ତ୍ରୀଙ୍କୁ  ପୁତୁରା ବସନ୍ତ ବାଗ  କୌଣସି କାରଣକୁ ନେଇ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ  ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପୋଲିସର ପଚରାଉଚୁରା କରୁଛି।