ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମଇଁଷି ଲଢେଇକୁ ନେଇ ମାରପିଟ, ପୁତୁରା ମାଡ଼ରେ ଦାଦା ମୃତ

Published By : Suraj Kumar | May 5, 2025 7:21 PM

ବାଙ୍କୀ,୫।୫ : ମଇଁଷି ମଇଁଷି ମଧ୍ୟରେ ଲଢେଇକୁ ନେଇ  ଝଗଡା ପରେ ମାରପିଟ। ଠେଙ୍ଗା ଓ ଲୁହା ରଡ଼ ଆକ୍ରମଣରେ ଶରତ ବେହେରା ଗୁରୁତର ହୋଇଥିଲା। ଗୁରୁତରଙ୍କୁ ବାଙ୍କୀରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ୯ ଦିନ ଧରି ଚିକିତ୍ସା ହେବା ପରେ  ଶରତ ବେହେରାଙ୍କ ମୃତ୍ୟୁ ଘଟିଛି।  ସେପଟେ ଏହି ଘଟଣାରେ ବାଙ୍କୀ ଥାନାରେ ଏତଲା ଦିଆ ଯାଇଥିଲା। ଏତଲାରେ ଚାରି ଜଣଙ୍କ ନାମରେ ଦିଆଯାଇଥିବା ବେଳେ ଜଣକୁ ପୋଲିସ ଧରି କୋର୍ଟ ଫରୱାଡ଼ କରିଥିବା ବେଳେ ଅନ୍ୟ ତିନି ଜଣ ଏବେ ଫେରାର। ବାଙ୍କୀ ପୋଲିସ ଅନ୍ୟ ଅଭିଯୁକ୍ତକଙ୍କୁ ଧରିବାରେ ଵିଲମ୍ବ କରୁଥିବା ନେଇ ମୃତକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀର ଶିମିଳିପୁର ଗ୍ରାମରେ।

 ଆଜିକୁ ନଅ ଦିନ ତଳେ ଗ୍ରାମର ବାବୁ ବେହେରା, ପ୍ରମୋଦ ବେହେରା, ଵାପିନା ବେହେରା ମିଶି ଶରତ ବେହେରାଙ୍କୁ ମରଣତ୍ମକ ଆକ୍ରମଣ କରିଥିଲେ। ଯାହାଦ୍ଵାରା ଚିକିତ୍ସା ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଷ୍ଟ ମର୍ଟମ ପରେ ଶିମିଳିପୁରକୁ  ଶରତଙ୍କ ଶବ ଆସିବା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା।   ମୃତକଙ୍କ ପରିବାର ପକ୍ଷରୁ ବାଙ୍କୀ କଟକ ମୁଖ୍ୟ ରାସ୍ତାର ଶିମିଳିପୁର ଛକରେ ତାର ଶବ ରଖି ରାସ୍ତା ରୋକ କରିଥିଲେ। ବାଙ୍କୀ ପୋଲିସ ଏସ୍ଡ଼ିପିଓ ଓ ଡମପଡ଼ା ତହସିଲଦାର ଆସି ଲୋକଙ୍କୁ ବୁଝାସୁଝା କରିବାରେ ରାସ୍ତା ରୋକ ହଟିଥିଲା। ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଗିରଫ କରିବା ପ୍ରତିଶ୍ରୁତି ଦେବାପରେ ଏହା ହଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.