ଥମୁନି ବାୟୁ ପ୍ରଦୂଷଣ, ଦିଲ୍ଲୀରେ ସୋମବାର ଯାଏଁ ଗ୍ରାପ-୪ କଟକଣା ବଳବତ୍ତର
Published By :
Tapas
- Prameya Bureau |
October 11, 2025 05:17 PM
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଆଗକୁ ଗ୍ରାପ୍-୪ କଟକଣା ଜରି ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଦ୍ୟାଳୟ ବ୍ୟତୀତ ଅନ୍ୟ ସ୍ଥାନରେ ଏହି ନିୟମ ସୋମବାର ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜଣାପଡ଼ିଛନ୍ତି । ଏହି ପ୍ରସଙ୍ଗରେ ସୋମବାର ଦିନ ପରବର୍ତ୍ତୀ ଶୁଣାଣି କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଏହା ସହ କୋର୍ଟ ସିଏକ୍ୟୁଏମକୁ ଗ୍ରାପ୍-୪ରୁ କିଭଳି ଗ୍ରାପ-୩ କିମ୍ବା ଗ୍ରାପ୍-୨କୁ ଆସିହେବ ସେନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଅଧିକାରୀମାନେ କୃଷକମାନଙ୍କୁ ଅପରାହ୍ଣ ୪ଟା ପରେ ନଡ଼ା ଜାଳିବାକୁ କହିଥିବା ଆମେ ଶୁଣିବାକୁ ପାଇଛୁ । ଯଦି ଏହା ସତ ହୋଇଥାଏ ତେବେ ସଂଘାତିକ । ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
ଦିଲ୍ଲୀ ପ୍ରଦୂଷଣ ରୋକିବା ଦିଗରେ ସିଏକ୍ୟୁଏମର ପଦକ୍ଷେପ ସଂପର୍କରେ ପ୍ରଦୂଷଣ ପରିଚାଳନା ବୋର୍ଡ ସୂଚନା ଦେଇଛି ଯେ, ରାଜଧାନୀକୁ ଟ୍ରକ୍ ପ୍ରବେଶ ଉପରେ ବିଶେଷ ଧ୍ୟାନ ଦେବା ଲାଗି ସିଏକ୍ୟୁଏମ୍ ଦିଲ୍ଲୀ ପୋଲିସ କମିଶନର, ଟ୍ରାଫିକ୍ ସ୍ବତନ୍ତ୍ର କମିଶନ, ଅତିରିକ୍ତ ମୁଖ୍ୟ ସଚିବ, ପରିବହନ କମିଶନର, ଏମସିଡି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି । ସେପଟେ ସବୁ କାର୍ଯ୍ୟ ଶୀଘ୍ର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।