ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଥମୁନି ବାୟୁ ପ୍ରଦୂଷଣ, ଦିଲ୍ଲୀରେ ସୋମବାର ଯାଏଁ ଗ୍ରାପ-୪ କଟକଣା ବଳବତ୍ତର

Published By : Tapas Panda | November 29, 2024 4:29 PM

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଆଗକୁ ଗ୍ରାପ୍‌-୪ କଟକଣା ଜରି ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଦ୍ୟାଳୟ ବ୍ୟତୀତ ଅନ୍ୟ ସ୍ଥାନରେ ଏହି ନିୟମ ସୋମବାର ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜଣାପଡ଼ିଛନ୍ତି । ଏହି ପ୍ରସଙ୍ଗରେ ସୋମବାର ଦିନ ପରବର୍ତ୍ତୀ ଶୁଣାଣି କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । 

 ଏହା ସହ କୋର୍ଟ ସିଏକ୍ୟୁଏମକୁ ଗ୍ରାପ୍‌-୪ରୁ କିଭଳି ଗ୍ରାପ-୩ କିମ୍ବା ଗ୍ରାପ୍‌-୨କୁ ଆସିହେବ ସେନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଅଧିକାରୀମାନେ କୃଷକମାନଙ୍କୁ ଅପରାହ୍ଣ ୪ଟା ପରେ ନଡ଼ା ଜାଳିବାକୁ କହିଥିବା ଆମେ ଶୁଣିବାକୁ ପାଇଛୁ । ଯଦି ଏହା ସତ ହୋଇଥାଏ ତେବେ ସଂଘାତିକ । ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । 

 ଦିଲ୍ଲୀ ପ୍ରଦୂଷଣ ରୋକିବା ଦିଗରେ ସିଏକ୍ୟୁଏମର ପଦକ୍ଷେପ ସଂପର୍କରେ ପ୍ରଦୂଷଣ ପରିଚାଳନା ବୋର୍ଡ ସୂଚନା ଦେଇଛି ଯେ, ରାଜଧାନୀକୁ ଟ୍ରକ୍‌ ପ୍ରବେଶ ଉପରେ ବିଶେଷ ଧ୍ୟାନ ଦେବା ଲାଗି ସିଏକ୍ୟୁଏମ୍‌ ଦିଲ୍ଲୀ ପୋଲିସ କମିଶନର, ଟ୍ରାଫିକ୍ ସ୍ବତନ୍ତ୍ର କମିଶନ, ଅତିରିକ୍ତ ମୁଖ୍ୟ ସଚିବ, ପରିବହନ କମିଶନର, ଏମସିଡି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି । ସେପଟେ ସବୁ କାର୍ଯ୍ୟ ଶୀଘ୍ର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.